କ୍ୟାଟ୍ରିନା ଓ ଭିକି କୌଶଲଙ୍କ ପ୍ରେମ ସମ୍ପର୍କର ଖୁଲାସା କଲେ ଅଭିନେତା ହର୍ଷବର୍ଦ୍ଧନ

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଅନେକ ବଲିଉଡ୍‌ ପାର୍ଟିଗୁଡ଼ିକରେ ଦୁହେଁ ଏକାଠି ନଜର ଆସୁଛନ୍ତି । ଯଦିଓ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ ନିଜ ପ୍ରେମ ସମ୍ପର୍କ ସର୍ବସାଧାରଣଙ୍କ ଆଗରେ ସ୍ୱୀକାର କରିନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ତାଙ୍କର ରୋମାଣ୍ଟିକ ଫଟୋ ପୁରାକାହାଣୀ ବିଷୟରେ ବର୍ଣ୍ଣନା କରିଛି । କିନ୍ତୁ ବର୍ତ୍ତମାନ ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ନିଶ୍ଚିତ କରି କହିଛନ୍ତି ଯେ, ଉଭୟ ଭିକି ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । ଏକ ସାକ୍ଷାତକାରରେ ହର୍ଷବର୍ଦ୍ଧନଙ୍କୁ ଯେତେବେଳେ ପଚରା ଯାଇଥିଲା, ସେ ଇଣ୍ଡଷ୍ଟ୍ରିରେ କାହାର ସମ୍ପର୍କକୁ ସତ ବୋଲି ଭାବନ୍ତି ?

ଏହାର ଜବାବରେ ସେ କହିଥିଲେ, ଭିକି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ । ଉଭୟ ଏକାଠି ଅଛନ୍ତି ଏବଂ ଏହା ସତ୍ୟ । ଏହା କହିବା ପରେ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ମୁଁ ଏହା କହି ଅସୁବିଧାରେ ପଡ଼ିବି କି ? ସୂଚନା ଅନୁସାରେ ଭିକି ଏହି ସପ୍ତାହରେ କ୍ୟାଟ୍ରିନାଙ୍କ ଘର ବାହାରେ ନଜର ଆସିଥିଲେ ଯାହାକୁ ନେଇ ଦୁହେଁ ଦୀର୍ଘଦିନ ଧରି ହେଡ୍‌ଲାଇନରେ ରହି ଆସିଥିଲେ । ଅତୀତରେ ଉଭୟଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା । ଏଥି ସହିତ, କ୍ୟାଟ୍ରିନା ବର୍ତ୍ତମାନ ବିକି କୌଶଲଙ୍କ ପ୍ରଫେସନାଲ୍ ଲାଇଫରେ ହସ୍ତକ୍ଷେପ କରୁଛନ୍ତି । ଏପରିକି ସେ ତାଙ୍କ ଆଗାମୀ ଫିଲ୍ମରେ କୌଣସି ଅଭିନେତ୍ରୀଙ୍କ ସହ ବିକିଙ୍କୁ ଇଣ୍ଟିମେଟ୍ ସିନ୍ ଦେବାକୁ ମନା କରି ଦେଇଛନ୍ତି ।

ସୂଚନା ଅନୁଯାୟୀ କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ବିପକ୍ଷରେ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ। ସେହିପରି ଭିକି ଖୁବ୍‌ଶୀଘ୍ର ‘ଦ ଇମ୍ପୋର୍ଟାଲ ଅଶ୍ୱତ୍‌ଥାମା’, ‘ସର୍ଦ୍ଦାର ଉଦ୍ଦାମ ସିଂ’ ଏବଂ “ତାକତ”ରେ ନଜର ଆସିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.