Below header

ଗୁରୁଣ୍ଡି ଗୁରୁଣ୍ଡି ଆସିଥିବା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ମିଳିଲା ଟ୍ରାଇ ସାଇକେଲ

କଳିଙ୍ଗ ଟିଭିର ମହାପ୍ରଭାବ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ଆଧାର ସଂଯୋଗ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଆସିଥିବା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କଲା ପ୍ରଶାସନ । କୁତ୍ରା ବ୍ଲକ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କ ଘରକୁ ଲୋକ ପଠାଇ ତାଙ୍କୁ ବ୍ଲକକୁ ଅଣାଯାଇଥିଲା ।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ଆଧାର ସଂଯୋଗ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଆସିଥିବା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କଲା ପ୍ରଶାସନ । କୁତ୍ରା ବ୍ଲକ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କ ଘରକୁ ଲୋକ ପଠାଇ ତାଙ୍କୁ ବ୍ଲକକୁ ଅଣାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ସାଇକେଲ ପ୍ରଦାନ କରାଯାଇଛି ।

ଆଧାର ସଂଯୋଗ ନଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଇପାରିଲେନି ୬୮ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା। ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କକୁ ବାହାରିଥିଲେ । ୬୮ ବର୍ଷୀୟ ବୃଦ୍ଧା ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ ।

ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନଥିବାରୁ ବ୍ୟାଙ୍କୁ ଯିବାକୁ ବାହାରିଥିଲେ ।

କୁତ୍ରା ବଜାରରେ ବୃଦ୍ଧା ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାବେଳେ ଜଣେ ସାମ୍ବାଦିକ ତାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଡିଥିଲା । ସେଠାରୁ ସେ ହଜାରେ ଟଙ୍କା ଉଠାଇ ଘରକୁ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.