ସାବଧାନ! ପ୍ରସିଦ୍ଧ ବେକରିରୁ ଆଣିଥିଲେ ବଡା ପାଓ, ଖୋଲୁ ଖୋଲୁ ବାହାରିଲା ମଲା ଝିଟିପିଟି

ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଭିୱଣ୍ଡି ସହରରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଖବରରୁ ଜଣାପଡ଼ିଛି, ଏଠାରେ ରୋଶନ ବାଗ୍‌ ଅଞ୍ଚଳର ବାସିନ୍ଦା ମହମ୍ମଦ ନସିମ ସକାଳ ଜଳଖିଆ ପାଇଁ ବଡା ପାଓ କିଣିଥିଲେ। ଘରକୁ ଯାଇ ଯେତେବେଳେ ସେ ପ୍ୟାକେଟ ଖୋଲିଥିଲେ, ସେଥିରୁ ଏକ ମଲା ଝିଟିପିଟି ବାହାରିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ନସିମ୍‌ ସକାଳ ପ୍ରାୟ ୯ଟାରେ ଏକ ପ୍ରସିଦ୍ଧ ବେକରି ଦୋକାନରୁ ୮ଟି ବଡା ପାଓ କିଣିଥିଲେ, କିନ୍ତୁ ଖାଇବା ପାଇଁ ଯେତେବେଳେ ସେ ପ୍ୟାକେଟ ଖୋଲିଥିଲେ, ସେତେବେଳେ ଏକ ମଲା ଝିଟିପିଟି ଦେଖିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ବି ଆପଣ ବେକରି କିମ୍ବା ଦୋକାନରୁ ପାଓ ନେଉଛନ୍ତି, ତାହାକୁ ଯାଞ୍ଚ କରି ନିଅନ୍ତୁ।

ନସିମ ଅଭିଯୋଗ କରିବାକୁ ଦୋକାନକୁ ଯାଇଥିଲେ, ହେଲେ ସେଠାରେ ଦୋକାନ ମାଲିକ ନ ଥିଲେ। ସେ ତାଙ୍କ ସହିତ ଫୋନରେ କଥା ହୋଇଥିଲେ। ମାଲିକ କହିଛନ୍ତି ଯେ ଆମେ ନାରପୋଲି ଅଞ୍ଚଳର ନ୍ୟାସନାଲ ବେକରିରୁ ପାଓ କିଣୁ। ଏଥିରେ ଆମର କୌଣସି ଦୋଷ ନାହିଁ। ପାଓ ଯେଉଁଠୁ ଆସିଛି, ଏହା ତାହାର ଦୋଷ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.