କ୍ୟାମେରା ଲେନ୍‌ସରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ

ଟ୍ରାପ କ୍ୟାମେରାରେ ବାଘ । କ୍ୟାମେରା ଲେନ୍‌ସରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ । ବିରାଟକାୟ କଲରା ପତରିଆ ବାଘ ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି ।

ନୂଆପଡା(କେନ୍ୟୁଜ୍): ଟ୍ରାପ କ୍ୟାମେରାରେ ବାଘ । କ୍ୟାମେରା ଲେନ୍‌ସରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ । ବିରାଟକାୟ କଲରା ପତରିଆ ବାଘ ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି । ମାସେ ହେବ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିଭିନ୍ନ ଗାଁରେ ବାଘ ଆତଙ୍କ ଲାଗି ରହିଛି । ଭୟରେ ଦିନ କାଟୁଛନ୍ତି ଲୋକ ।

ପ୍ରତିଦିନ ଗୃହ ପାଳିତ ପଶୁଙ୍କୁ ମାରୁଛି ବିରାଟ ପଲରା ପତରିଆ । ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୫ଟି ଟ୍ରାପ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ଏଥିସହ ବନ କର୍ମଚାରୀ ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ସଚେତନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.