ଖୋର୍ଦ୍ଧା: ଜାତୀୟ ରାଜପଥରେ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୫ରୁ ଅଧିକ ଯାତ୍ରୀ ଆହତ
ବସକୁ ପଛପଟୁ ପିଟିଲା ଟ୍ରକ। NH-୧୬ ଗଡ଼ ଖୋର୍ଦ୍ଧା ଛକରେ ବସ୍-ଟ୍ରକ ଧକ୍କା। ଦୁର୍ଘଟଣାରେ ୧୫ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସରେ ମୋଟ ୪୨ ଜଣ ଯାତ୍ରୀ ଥିଲେ।

ବେଗୁନିଆ (କେନ୍ୟୁଜ): ବସକୁ ପଛପଟୁ ପିଟିଲା ଟ୍ରକ । NH-୧୬ ଗଡ଼ ଖୋର୍ଦ୍ଧା ଛକରେ ବସ୍-ଟ୍ରକ ଧକ୍କା । ଦୁର୍ଘଟଣାରେ ୧୫ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୪୨ ଜଣ ଯାତ୍ରୀ ଥିଲେ ।
ସୂଚନା ଅନୁସାରେ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନେ ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଯାଉଥିଲେ । ଯିବା ରାସ୍ତାରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ବସ୍ଟି ରାୟଗଡ଼ା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିଲା । ବସଟି ରାୟଗଡ଼ା ଜିଲ୍ଲା ଗୁଡାରି ଏନଏସିରୁ ୪୨ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା । ମେଡିକାଲରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ।