ଯାଜପୁର: ଶୌଚ ହେବାକୁ ଯାଇ ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ
ନଦୀରେ ବୁଡି ବୃଦ୍ଧ ମୃତ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଦମପାଳ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ । ମୃତକ ଜଣକ ହେଲେ କଦମପାଳ ଗ୍ରାମର ଦୁର୍ଯ୍ୟୋଧନ ଜେନା।

ଯାଜପୁର (କେନ୍ୟୁଜ): ନଦୀରେ ବୁଡି ବୃଦ୍ଧ ମୃତ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଦମପାଳ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ । ମୃତକ ଜଣକ ହେଲେ କଦମପାଳ ଗ୍ରାମର ଦୁର୍ଯ୍ୟୋଧନ ଜେନା ।
ବୃଦ୍ଧ ଜଣଙ୍କ ଆଜି ସକାଳୁ ଶୌଚ ପାଇଁ ନଦୀକୁ ଯିବା ସମୟରେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ଘର ଲୋକେ ଖୋଜାଖୋଜି କରିବା ପରେ ନଦୀରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।