Below header

ଦୁଇ ଦିନିଆ ରିମାଣ୍ଡ ପରେ ପୁଣି ଜେଲ୍‌ ଗଲେ ଅଭୟକାନ୍ତ ପାଠକ

ଭୁବନେଶ୍ବର: ଦୁଇ ଦିନିଆ ରିମାଣ୍ଡ ପରେ ପୁଣି ଜେଲ୍‌ ଗଲେ ଅଭୟକାନ୍ତ ପାଠକ। ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ବକେୟା ଠକେଇ ଘଟଣାରେ ତାଙ୍କୁ ୨ ଦିନିିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍‌ ପୋଲିସ । ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଥିଲା। ଏହାପରେ ପୁଣି ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

ରିମାଣ୍ଡ ବେଳେ ସତ ଉଗାରିଛନ୍ତି ଅଭୟକାନ୍ତ ପାଠକ । ଆକାଶ ଟାଟାର ଏମ୍‌ଡି ନୁହଁନ୍ତି। ପୁଅକୁ ଟାଟାର ନକଲି ଏମ୍‌ଡି କହିବାକୁ କହିଥିଲେ ଅଭୟ। ଅଭୟଙ୍କ ଟଙ୍କାରେ ପୁଅ କରୁଥିଲା ଅୟେଶ। ଲକ୍‌ଡାଉନ୍‌ ସମୟରେ ଚାର୍ଟର ଫ୍ଲାଇଟ୍‌ର ବୁକ୍‌ କରି ବିଭିନ୍ନ ସ୍ଥାନ ବୁଲିଥିଲେ। ରହୁଥିଲେ ପଞ୍ଚତାରକା ହୋଟେଲରେ। ଏପଟେ ଅଭୟକାନ୍ତ ଓ ଆକାଶ ପାଠକଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ସ୍କାଏକିଙ୍ଗ ଠକେଇ ମାମଲା ଓ କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ୍‌ ଆବେଦନ କରିଥିଲେ ଅଭୟ ପାଠକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.