Below header

ଗିରଫ ହେଲେ ଅଭିଜିତ୍‌ ଆୟାର ମିତ୍ର

ଭୁବନେଶ୍ବର(କେନ୍ଯୁଜ୍) : ଅଭିଜିତ୍‌ ଆୟାର ମିତ୍ର ଗିରଫ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ତାଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଓଡ଼ିଶା ପ୍ରତି ଏବଂ ଶ୍ରୀମନ୍ଦିର ଓ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପ୍ରତି ସେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଭିନ୍ନ ମହଲରେ ତାଙ୍କ ଗିରଫ ଦାବି କରାଯାଇଥିଲା । ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି । ଗତ ୧୫ ତାରିଖରେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓଡ଼ିଶା ବୁଲିବାକୁ ଆସିଥିଲେ । ବୈଜୟନ୍ତଙ୍କ ହେଲିକପ୍ଟରରେ ଆକାଶମାର୍ଗରୁ ବୁଲି ଦେଖିଥିଲେ କୋଣାର୍କ ଓ ପୁରୀ ଶ୍ରୀମନ୍ଦିର । ତାଙ୍କ ସାଙ୍ଗରେ ଥିଲେ ବାନ୍ଧବୀ ଆରତୀ ଟିକ୍କୋ ସିଂ ଓ ନିଜେ ବୈଜୟନ୍ତ ପଣ୍ଡା ।

abhijit2ପରେ କୋଣାର୍କର କାରୁକାର୍ଯ୍ଯ ନେଇ ନିଜ ଟ୍ଵିଟର ପେଜ୍‌ରେ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ ଅଭିଜିତ୍‌ । ସେହିଭଳି ଶ୍ରୀମନ୍ଦିର ଓ ଓଡ଼ିଶା ରାଜ୍ୟକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଜଗନ୍ନାଥ କୋଲକାତାର ଠାକୁର ଏବଂ କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରିଛନ୍ତି ବୋଲି ନିଜ ଟ୍ଵିଟର ପେଜ୍‌ରେ ମନ୍ତବ୍ୟ ଦେଇଥିଲେ ଅଭିଜିତ୍‌ । ଏହାଛଡ଼ା ଓଡ଼ିଶା ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣାର ବନାଞ୍ଚଳ ବୋଲି କହିଥିଲେ । ଏହାପରେ ଆଉ ଏକ ଟ୍ଵିଟ୍‌ କରି ଓଡ଼ିଶାର ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଅଶାଳୀନ ମନ୍ତବ୍ୟ ଦେଇଥିଲେ ଅଭିଜିତ ଆୟାର ମିତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.