ପଢନ୍ତୁ କେମିତି ପ୍ରସ୍ତୁତ ହୋଇଥାଏ ଗଂଜାମ ପଦ୍ମନାଭପୁରର ପ୍ରସିଦ୍ଧ କୃଷ୍ଣବଲ୍ଲଭ ମିଠା?

ଗଂଜାମ(କେନ୍ଯୁଜ୍) : ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁରରେ ତିଆରି ହୋଇଥାଏ କୃଷ୍ଣ ବଲ୍ଲଭ ମିଠା। ଯେଉଁ ମିଠା ପାଇଁ ପ୍ରସିଦ୍ଧ ପଦ୍ମନାଭପୁର । ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଅନେକ ଲୋକ ବହୁ ସମୟରେ ଏଠାରୁ ମିଠା ମଗାଇଥାନ୍ତି । ଆପଣ ବି ଚାହିଁଲେ ଘରେ କରିପାରିବେ କୃଷ୍ଣ ବଲ୍ଲଭ ମିଠା । ପ୍ରଥମେ ପାକଳ ନଡିଆ ଦୁଇ ଫାଳ କରି କୋରି ଦେବେ। ଗୋଟିଏ ପାତ୍ରରେ ନଡିଆ କୋରା ସହିତ ସ୍ବାଦ ଅନୁସାରେ ଚିନି ପକାଇବେ। ଏହା ପରେ ଚୁଲିରେ କଡେଇ ବସେଇ ନଡିଆ ଚିନି ମିଶ୍ରଣ ପକାଇ ପାଗ ହେବା ପର୍ଯ୍ୟନ୍ତ ବସାଇବେ। ପାଗ ହେଲାପରେ ଚୁଲିରୁ ଓହ୍ଲାଇ ଗହମ ଚୁନା, ଅଟା ଗୋଟିଏ ପାତ୍ରରେ ଢାଳି ସେଥିରେ ଅଳ୍ପ ତେଲ ପକାଇ ଘଷିବେ। କାରଣ ଏହା ଖାସ୍ତା ହେବ।

sweet 2ଏହା ପରେ ଆବଶ୍ୟକ ଅନୁସାରେ ପାଣି ଦେଇ ଚକଡିବେ। ଏହା ପରେ ହାତରେ ଛୋଟ ଗୁଳା କରି ସେଥିରେ ନଡିଆ ଚିନି ମିଶ୍ରିତ ପୁର ଦେଇ ରଖିବେ । ଏହା ପରେ ଚୁଲିରେ କଢେଇ ବସେଇ ତେଲ ପକାଇ ଗରମ କରି ତିଆରି ହୋଇଥିବା ସାମଗ୍ରୀ କୁ ତେଲରେ ପକାଇବେ। ଲାଲ୍ କଲର୍ ବା’ ରୋଷ୍ଟ ହେବା ପର୍ଯ୍ୟନ୍ତ ଚୁଲିରେ ବସିବ। ସେ ପଟେ ଆଗରୁ ଚିନି ରେ ସିରା ମଧ୍ୟ କରିବାକୁ ପଡିବ କାରଣ ରୋଷ୍ଟ ହେବା ପରେ ତାହାକୁ ଚିନି ସିରା ରେ ପକାଇବାକୁ ପଡିବ। ଏହାପରେ ରେଡି ହୋଇଯିବ କୃଷ୍ଣ ବଲ୍ଲଭ ମିଠା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.