Below header

ଓଡ଼ିଶାକୁ ପୁଣି ଆସୁଛନ୍ତି ଅଭିଯୁକ୍ତ ଅଭିଜିତ୍

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତାକାଲି ଓଡ଼ିଶା ଆସି ପାରନ୍ତି ଅଭିଜିତ ଆୟର ମିତ୍ର । ସ୍ୱାଧୀକାର ଭଙ୍ଗ ମାମଲାରେ ୨୩ ତାରିଖରେ ବିଧାନସଭା ଗୃହ କମିଟିରେ ସେ ହାଜର ହେବାର ଅଛି । ୨୨ ତାରିଖରେ ଓଡ଼ିଶା ଆସିବେ ଓ ୨୩ ତାରିଖରେ ଗୃହ କମିଟି ନିକଟରେ ହାଜର ହେବେ ବୋଲି କହିଥିଲେ ଅଭିଜିତ୍‌ । ତାଙ୍କୁ ନୋଟିସ୍‌ ଜାରି ହୋଇଥିଲା ।

୨୩ ତାରିଖ ଦିନ ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟର ମିତ୍ର। ସ୍ୱାଧିକାର ଭଙ୍ଗ ପ୍ରସଙ୍ଗରେ ସେ ଅକ୍ଟୋବର ୧୧ ଆଗରେ ହାଜର ହେବାର ଥିଲା। କିନ୍ତୁ ସେ ଆସିଲେ ନାହିଁ। ଏହାପରେ ଗୃହ କମିଟି ପୁଣି ୨୩ରେ ହାଜର ହେବାକୁ ନୋଟିସ କରିଥିଲେ। କାଲି ସେ ହଜାର ହେବାକୁ ଓଡ଼ିଶା ଆସିବେ ବୋଲି କହିଛନ୍ତି ଅଭିଜିତ୍‌।.

ସ୍ୱାଧୀକାର ଭଙ୍ଗ ଗୋଟିଏ ପ୍ରସଙ୍ଗ। ସେପଟେ ଅଭିଜିତଙ୍କ ନାଁରେ କୋଣାର୍କ ଓ ଭୁବନେଶ୍ୱର ସହିଦନଗର ଥାନାରେ ମାମଲା ରହିଛି।  ଏ ମାମଲାରେ ତାଙ୍କୁ ଜାମିନ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏବେ ସେ ଓଡ଼ିଶା ଆସିଲେ ପୋଲିସ ପଦକ୍ଷେପ ଉପରେ ସମସ୍ତଙ୍କ ନଜର। ତାଙ୍କୁ ପୋଲିସ ଗିରଫ କରିବ। ନା ସୁରକ୍ଷା ଦେଇ ଗୃହ କମିଟି ଆଗରେ ହାଜର କରାଇବ। ତାଙ୍କୁ ହାଜର କରାଇବାକୁ ପୋଲିସ ଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ଗୃହ କମିଟି।

ଏ ସମୟରେ ଭିତରେ ନିଜ କଥା ବଦଳାଇ ସାରିଛନ୍ତି ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ର। ୟୁ ଟର୍ଣ୍ଣ ନେଇଛନ୍ତି। କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ନେଇ କ୍ଷମା ମାଗିଥିଲେ। ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଓ ବିଧାନସଭା ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ନେଇ ମଧ୍ୟ କ୍ଷମା ଭିକ୍ଷା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.