Below header

ସ୍କୁଟି ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରାକ୍ଟର, ମହିଳା ଚାଳକ ମୃତ

ଭଉଣୀ ଘରକୁ ଯାଉଥିବା ବେଳେ ଅଧା ରାସ୍ତାରେ ସଡକ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ। ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନରେ ଏଭଳି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି ।

ଜଳେଶ୍ୱର (କେନ୍ୟୁଜ): ସ୍କୁଟି ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରାକ୍ଟର। ଭଉଣୀ ଘରକୁ ଯାଉଥିବା ବେଳେ ଅଧା ରାସ୍ତାରେ ସଡକ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ। ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଦେଉଳା ହାଟ ମୁଖ୍ୟ ରାସ୍ତାର ସରସ୍ଵତୀପୁର ଚଣ୍ଡୀ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନରେ ଏଭଳି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ଭୋଗରାଇ ଥାନା ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ ଖଡ଼ିକାବାଡି ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଝିଅ ସାରଥୀ ଭୂୟାଁ (୩୫)। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବେଳେ ପୁଲିସ ଖୋଜି ଖୋଜି ଏହାକୁ ଜବତ କରିବାରେ‌ ସଫଳ ହୋଇଛି। ତେବେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଭୋଗରାଇ ଥାନା ଅନ୍ତର୍ଗତ ଖଡ଼ିକାବାଡ଼ି ଗ୍ରାମର ସ୍ୱାମୀ ପରିତ୍ୟକତା ସାରଥୀ ଭୂୟାଁ ପଶ୍ଚିମବଙ୍ଗର ଦେବପାଳ ଗ୍ରାମର ଭଉଣୀ ଘରକୁ ସ୍କୁଟି ଯୋଗେ ଯାଉଥିବା ବେଳେ ଥାନାଛକ ଦେଉଳା ମୁଖ୍ଯ ରାସ୍ତାର ସ୍‌ୱରସ୍ୱତୀପୁର ଠାରେ ତାଙ୍କ ସ୍କୁଟିକୁ ପଛରୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ସାରଥୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ପ୍ରବଳ ଜନଗହଳି ଲାଗିଥିଲା। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ବାଇକ ଓ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା।

ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବଦ କରିବା ସହ ମୃତଦେହକୁ ଆଣି ଜଳେଶ୍ୱର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ୭ /୨୩ ରେ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.