PPF, SSY ସମେତ ସମସ୍ତ ସ୍ମଲ ସେଭିଙ୍ଗ ସ୍କିମ ପାଇଁ ଆଧାର-ପାନ ବାଧ୍ୟତାମୂଳକ, ଏପରି ନହେଲେ ଗଣିବେ ତଣ୍ଡ

ସ୍ମଲ ସେଭିଙ୍ଗ ସ୍କିମ ପାଇଁ ଆଧାର-ପାନ ବାଧ୍ୟତାମୂଳକ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ନିୟମ ଅନୁସାରେ ପିପିଏଫ, ସୁକନ୍ୟା ସମୃଦ୍ଧି ଯୋଜନା, NSC , SCSS କିମ୍ବା ଅନ୍ୟ ଛୋଟ ସଞ୍ଚୟ ଖାତା ଖୋଲିବା ସମୟରେ ଯଦି ପୂର୍ବରୁ ନିବେଶକାରୀ ମାନେ ଆଧାର ନମ୍ବର ଦାଖଲ କରିନାହାନ୍ତି ତାହେଲେ ସେମାନଙ୍କୁ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଆଧାର କାର୍ଡ଼ ଦାଖଲ କରିବାକୁ ପଡି଼ବ।

PPF ଓ ସୁକନ୍ୟା ସମୃଦ୍ଧି ଯୋଜନା କୁ ନେଇ ଆସିଲା ବଡ ଖବର। ଏବେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଓ ସୁକନ୍ୟ ସମୃଦ୍ଧି ଯୋଜନା ରେ ଟଙ୍କା ବିନିଯୋଗ କରିବା ପାଇଁ ଆଧାର ଓ ପାନ କାର୍ଡ କୁ ବାଧ୍ୟତା ମୂଳକ କରାଯାଇଛି। ଏଥିରେ ଡ଼ାକଘର ସଞ୍ଚୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ପରି କ୍ଷୁଦ୍ର ସଞ୍ଚୟ ଯୋଜନା ମଧ୍ୟ ସାମିଲ ରହିଛି। ଗତ ମାର୍ଚ୍ଚ ୩୧ ତାରିଖ ଦିନ କେନ୍ଦ୍ର ସରକାରଙ୍କର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ସ୍ମଲ ସେଭିଙ୍ଗ ଯୋଜନାର କେୱାଇସି ପାଇଁ ଏହି ନୂତନ ନିୟମ ଲାଗୁ କରାଯାଇଛି। ପୂର୍ବରୁ ଏହି ସବୁ ସ୍କିମ୍ ରେ ବିନା ଆଧାର କାର୍ଡ଼ ଦାଖଲରେ ପୁଞ୍ଜି ନିବେଶ କର ଯାଉଥିଲା। କିନ୍ତୁ ଏବେଠାରୁ ଏହି ସବୁ ପ୍ରକ୍ରିୟା ପାଇଁ ନିଜର ଆଧାର ଏନ୍‌ରୋଲମେଣ୍ଟ ନମ୍ବର ଦାଖଲ କରିବାକୁ ପଡି଼ବ। ଏକ ନିର୍ଦ୍ଦିଷ୍ଟ ସୀମା ପରେ ଅଧିକ ନିବେଶ କରିବାକୁ ହେଲେ ଆଧାର ସହ ପାନ କାର୍ଡ଼ ମଧ୍ୟ ପ୍ରଦାନ କରିବାକୁ ପଡି଼ବ ବୋଲି ସୂଚନା ରୁ ଜଣା ପଡିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ନିୟମ ଅନୁସାରେ ପିପିଏଫ, ସୁକନ୍ୟା ସମୃଦ୍ଧି ଯୋଜନା, NSC , SCSS କିମ୍ବା ଅନ୍ୟ ଛୋଟ ସଞ୍ଚୟ ଖାତା ଖୋଲିବା ସମୟରେ ଯଦି ପୂର୍ବରୁ ନିବେଶକାରୀ ମାନେ ଆଧାର ନମ୍ବର ଦାଖଲ କରିନାହାନ୍ତି ତାହେଲେ ସେମାନଙ୍କୁ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଆଧାର କାର୍ଡ଼ ଦାଖଲ କରିବାକୁ ପଡି଼ବ।

ଏହାସହ ବର୍ତ୍ତମାନ ସ୍ମଲ ସେଭିଙ୍ଗ ଯୋଜନା ଖାତା ଖୋଲିବାକୁ ଚାହୁଁଥିବା ଲୋକଙ୍କୁ ଆକାଉଣ୍ଟ ଖୋଲିବାର ମାସକ ମଧ୍ୟରେ ଆଧାର ନମ୍ବର ଦେବାକୁ ପଡି଼ବ। ଯଦି ଧାର୍ଯ୍ୟ ସମୟ ଭିତରେ କୌଣସି ବ୍ୟକ୍ତି ନିଜର ଖାତା ସହ ଆଧାର କାର୍ଡ ସଂଯୋଗ କରୁନାହାନ୍ତି ତେବେ ଖାତା ଖୋଲିବାର ୬ ମାସ ମଧ୍ୟରେ ତାଙ୍କର ଆକାଉଣ୍ଟ ବ୍ଲକ ହୋଇଯିବ । ଏବେ ଆକାଉଣ୍ଟ ଥିବା ବ୍ୟକ୍ତି ମାନେ ଆଧାର କାର୍ଡ ନ ଯୋଡ଼ିଲେ ଅକ୍ଟୋବର ୧ ତାରିଖ ୨୦୨୩ରେ ସେମାନଙ୍କର ଖାତା ବନ୍ଦ ହୋଇଯିବ।

ସ୍ମଲ ସେଭିଙ୍ଗ ଯୋଜନା ଖାତା ଖୋଲିବା ସମୟରେ ପାନ୍ ନମ୍ବର ଦାଖଲ କରିବାକୁ ମଧ୍ୟ ପଡି଼ବ । ଯଦି ଖାତା ଖୋଲିବା ସମୟରେ ପାନ କାର୍ଡ଼ ଦାଖଲ ହୋଇନଥାଏ, ତେବେ କେଉଁ ସ୍ଥିତି ରେ ଖାତା ଖୋଲିବାର ୨ ମାସ ମଧ୍ୟରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି ତାହା ସମ୍ପର୍କ ରେ ଜାଣି ନିଅନ୍ତୁ..

 

-କୌଣସି ଆର୍ଥିକ ବର୍ଷ ମଧ୍ୟରେ ଆକାଉଣ୍ଟରେ ଥିବା ସମସ୍ତ କ୍ରେଡିଟ ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କଲେ

-କୌଣସି ଖାତାରୁ ଏକ ମାସ ମଧ୍ୟରେ ସମସ୍ତ କ୍ରେଡିଟ ଓ ଡେବିଟର ସମୁଦାୟ ମୂଲ୍ୟ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେଲେ

-ଯେତେବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଅତିକ୍ରମ କରିବ

ସେହିପରି ପାନ୍‌ କାର୍ଡ ଦାଖଲ କରିବାର ସମୟ ଆସିବାର ୨ ମାସ ମଧ୍ୟରେ ପାନ୍‌ ନମ୍ବର ଦାଖଲ କରିବେ। ଆକାଉଣ୍ଟରେ ୫୦ ହଜାର ଟଙ୍କା ଅତିକ୍ରମ କରିବା ପରେ ଜମାକାରୀ ପାନ୍‌ କାର୍ଡ ଦାଖଲ ନ କଲେ ଆକାଉଣ୍ଟ ବ୍ଲକ ହୋଇଯିବ। ପାନ ନମ୍ବର ଆଡ କଲା ପରେ ପୁଣି ଥରେ ଆପଣଙ୍କ ଆକାଉଣ୍ଟ କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.