Below header

ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବ Bajaj-Triumphର ପ୍ରଥମ ବାଇକ, ବଢ଼ିଆ ଡିଜାଇନ ଓ ଫିଚର୍ସ ସହ ଦାମ ରହିବ ଶସ୍ତା

ଦେଶର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Bajaj ଓ ବ୍ରିଟେନର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Triumph Motor cycles ୨୦୧୭ରେ ଏକ ମିଳିତ ବୈଠକ କରିଥିଲେ ଯେଉଁଥିରେ ସେ ମିଳିତ ଭାବେ ଏକ ବାହନ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରିମିୟମ ମିଡ଼ କ୍ଷମତା ବିଶିଷ୍ଟ ମୋଟର ସାଇକେଲ ବିକଶିତ କରିବାର ଯୋଜନା ରହିଥିଲା। ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବ Bajaj-Triumphର ପ୍ରଥମ ବାଇକ। 

ଦେଶର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Bajaj ଓ ବ୍ରିଟେନର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Triumph Motor cycles ୨୦୧୭ରେ ଏକ ମିଳିତ ବୈଠକ କରିଥିଲେ ଯେଉଁଥିରେ ସେ ମିଳିତ ଭାବେ ଏକ ବାହନ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପେ ର ୨୦୨୦ରେ ଏହି ନିଷ୍ପତ୍ତିକୁ ସାର୍ବଜନିକ ଭାବେ ଘୋଷଣା କରାଯାଇଥିଲା। ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରିମିୟମ ମିଡ଼ କ୍ଷମତା ବିଶିଷ୍ଟ ମୋଟର ସାଇକେଲ ବିକଶିତ କରିବାର ଯୋଜନା ରହିଥିଲା।

ଏହି ସମୟରେ ଏହି ଦୁଇ କମ୍ପାନୀ ଭାରତ ପାଇଁ ନିଜର ପ୍ରଥମ ଏଣ୍ଟି୍ର ଲେଭଲ 350cc ମୋଟର ସାଇକେଲ ଆଣିବା ପାଇଁ ପ୍ଲାନିଂ ଆରମ୍ଭ କରିଥିଲେ। ଆଗାମୀ 350cc ବାଇକ କୁ ନିକଟ ସମୟରେ ଦେଖାଯାଇଛି। ସୂଚନା ଅନୁସାରେ ଏହା ଚଳି ୨୦୨୩ ର ଶେଷ ରେ ଭାରତରେ ଲଞ୍ଚ ହୋଇଯିବ।

ଇଞ୍ଜିନ ଓ ବ୍ରେକିଂ:
ବଜାଜ ଓ ଟ୍ରାୟମ୍ଫ ଏହି ବାଇକକୁ ମିଳିତ ଭାବେ ତିଆରି କରୁଛନ୍ତି। ବଜାଜ ଟ୍ରାୟମ୍ଫ 350cc ମୋଟର ସାଇକେଲର ଷ୍ଟାଇଲ କଥା ଧ୍ୟାନ କୁ ନେଲେ ଏହା ରୟାଲ ଏନଫିଲ୍ଡ ସ୍କ୍ରାମ୍ବଲର ର କଥା ମନେ ପକାଇବ। ଏହି ରୋଡ଼ଷ୍ଟାର ବାଇକରେ 350cc – 400cc ଇଞ୍ଜିନର ବ୍ୟବହାର କରାଯିବାର ସମ୍ଭାବନା ରହିଛି। ଏହା 35bhp ର ପିକ ଜେନେରେଟ କରିଥାଏ। ବ୍ରେକ ପାଇଁ ଆଗ ଓ ପଛରେ ଡିସ୍କ ବ୍ରେକ ଦିଆଯାଇଛି। ଏହାକୁ ଦୁଆଲ ଚ୍ୟାନେଲ ABS ରେ ମଧ୍ୟ ମିଳିବ।
ଡିଜାଇନ ଓ ଫିଚର୍ସ:
ସୂଚନା ଅନୁସାରେ ବଜାଜ ଟ୍ରାୟମ୍ଫ ବାଇକ ଏକ ପ୍ରଡକ୍ସନ ରେଡି ମଡେଲ ରୂପେ ଦେଖାଯିବ। ପୁଣେ ର ଆଖାପାଖ ଟେଷ୍ଟିଂ ସମୟରେ ଏହାକୁ ଦେଖାଯାଇଥିଲା। ବାଇକକୁ ଏକ ଗୋଲାକାର ହ୍ୟାଣ୍ଡଲାମ୍ପ ସହିତ ରେଟ୍ରୋ ଲୁକର ଇଣ୍ଟିକେଟର୍ସ ଓ ରିଭ୍ୟୁ ମିରର ମଧ୍ୟ ଦିଆଯାଇଛି।

ଏହି ବାଇକ ଟ୍ରାଡିସନାଲ ହେଣ୍ଡଲବାର ଓ ବାଇଜର, ବଜାଜ ଟ୍ରାୟମ୍ଫ ବାଇକ କ୍ରୋମ ଫିନିସ ଫ୍ୟୁଲ ଲିଡ଼ଳ ରିୟର ଗ୍ରେବ ହ୍ୟାଣ୍ଡେଲ ସହ ସିଙ୍ଗିଲ ପିସ ସିଟ, ଗୋଟିଏ ଅପସାଇଡ ଡାଉନ ଫ୍ରଣ୍ଟ ଫୋର୍କ , ଗୋଟିଏ ରିୟମ ମୋନୋ ସାର୍କ ଓ ଗୋଟିଏ ଅପସ୍ୱେପ୍ଟ ଏଗଜଷ୍ଟ ରୁ ଲେସ୍‌ ରହିଛି।

ବଜାଜ ଏହି 350cc ବାଇକ ର ସ୍ଥାନୀୟ ସ୍ତରରେ ଉତ୍ପାଦନ କରାଯିବ। ଭାରତୀୟ ବଜାରରେ ଏହାର ଦାମ ୩.୫ ଲକ୍ଷ ଟଙ୍କା ରୁ ସାଢ଼େ ଚାରି ଲକ୍ଷ ଟଙ୍କା ଏକ୍ସ ସୋ ରୁମ ରେ ବିକ୍ରି ହେବ। ଏହା ଭାରତରେ ଲଞ୍ଚ ହେବା ପରେ ରୟାଲ ଏନଫିଲ୍ଡ 350cc ବାଇକ ସହିତ KTM 390 Duke , Honda CB 300R , BMW G310R ଭଳି ବାଇକକୁ ଟକ୍କର ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.