Below header

ଯାଜପୁର ବଡଚଣା ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ବସ୍ ୬ ଆହତ, ଜଣେ ଗୁରୁତର

ଯାଜପୁର(କେନ୍ଯୁଜ୍) : ବସ୍ ସହ ଟ୍ରକ୍ ଧକ୍କା । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବଡଚଣା ଛକ ନିକଟରେ । ଟାଟାରୁ ଭୁବନେଶ୍ବର ଅଭିମୁଖେ ଫେରୁଥିବା ଏକ ବସଟି ପେଟ୍ରୋଲ ପମ୍ପରେ ତେଲ ପକାଇ ବାହାରୁଥିବାବେଳେ ଏକ ବିଲାତି ବାଇଗଣ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୬ଜଣ ଯାତ୍ରୀ ଆହତ ହୋଇଛନ୍ତି ।

accident ସେମାନଙ୍କୁ ବଡମ୍ବା ଅଞ୍ଚଳର ରାଜଶ୍ରୀ ରଥ ନାମକ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବଡମ୍ବା ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ଅନ୍ଯପଟେ ଗୁରୁତର ଆହତ ହୋଇଥିବା ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବଡଚଣା ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.