ଭଦ୍ରକରେ ହତ୍ୟାକାଣ୍ଡ ପରେ ଲଙ୍କାକାଣ୍ଡ, ଶାଳକକୁ ହତ୍ଯା କଲା ଭିଣୋଇ

ଭଦ୍ରକ(କେନ୍ଯୁଜ୍) : ଭଦ୍ରକରେ ହତ୍ୟାକାଣ୍ଡକୁ ନେଇ ଲଙ୍କାକାଣ୍ଡ । ଘର ଜାଳିଦେଲେ ମୃତକଙ୍କ ପରିବାର । ପୁରୁଣାବଜାର ଥାନା ସଇଦାବାଦରେ ଶାଳକଙ୍କୁ ହତ୍ୟା କରିଛି ଭିଣୋଇ । ମୃତକ ହେଉଛନ୍ତି ସେକ୍‌ ସକିମ୍‌ । ଗାଁର ସେକ୍‌ ଭାଲୁ ଦ୍ୱିତୀୟ ବିବାହ କରିଥିଲେ । ଏହାକୁ ନେଇ ସେକ୍‌ ସକିମ୍‌ ଓ ସେକ୍‌ ଭାଲୁଙ୍କ ମଧ୍ୟ ବିଭିନ୍ନ ସମୟରେ ଝଗଡ଼ା ହୋଇଥାଏ ।

nia1ଆଜି ସକାଳେ ସାଳନ୍ଦୀ ନଦୀ ପଠାରୁ ସେକ୍‌ ସକିମ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ମୃତକଙ୍କ ପରିବାର ଲୋକେ ଉତ୍ତ୍ୟକ୍ତ ହୋଲ ସେକ୍‌ ଭାଲୁଙ୍କ ଘର ଜାଳିଦେଇଛନ୍ତି । ଏହାକୁ ନେଇ ଉତ୍ତେଜନା ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.