Below header

ଗଞ୍ଜାମ : ପଥର କ୍ୱାରିରେ ଘଟିଲା ବଡ଼ ଅଘଟଣ, ପଥର ଓ ମାଟି ଅତଡ଼ା ଖସି ଚାଲିଗଲା ତିନି ତିନିଟି ଜୀବନ

ଗଞ୍ଜାମ (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗାଁ ନିକଟ ପଥର କ୍ୱାରିରେ ଅଘଟଣ । ମାଟି ଅତଡ଼ା ସହ ପଥର ଖସି ତିନି ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତ ଶ୍ରମିକ ମନେ ହେଲେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ । ଖଲ୍ଲିକୋଟ ବିକ୍ରମପୁର ଗାଁର ଭକ୍ତ ପରିଡା ଓ ବ୍ରହ୍ମପୁର ଉପକଣ୍ଠ ଟାଙ୍ଗଣାପଲ୍ଲୀ ଗାଁର ଦୁଇ ମହିଳା ନମିତା ନାୟକ ଓ ପଙ୍କଜ ଦାଶ ।
ଆଜି ଅପରାହ୍ନରେ ପଥର କ୍ୱାରିରେ କାମ କରୁଥିବା ସମୟରେ ହଠାତ୍ ଉପରୁ ମାଟି ଓ ପଥର ଅତଡ଼ା ଖସିଥିଲା । ତଳେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପଡିଥିବାରୁ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ଏନେଇ ପୁରୁଷୋତ୍ତମପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.