Below header

ଜୁଲାଇ ୩୧ ଯାଏ ବଢ଼ିଲା ‘ଓ୍ଵାର୍କ ଫ୍ରମ୍‌ ହୋମ୍‌’, ଭବିଷ୍ୟତରେ ଏହାକୁ ଏକ ଧାରାରେ ପରିଣତ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ : ଦେଶରେ ବଢ଼ିଲା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି । ଆଇଟି ସେକ୍ଟର ପାଇଁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ଆଜି ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ।
ମନ୍ତ୍ରୀ କହିଛନ୍ତି ଯେ କରୋନା ପରିସ୍ଥିତି ପରେ ଘରୁ କାମ କରିବାର ବ୍ୟବସ୍ଥାକୁ ସ୍ଥାୟୀ ରୂପ ଦିଆଯିବ ।

ravi shankar prasad

ଏଥିପାଇଁ ସେ ନିଜ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଲାଗି ଆବଶ୍ୟକ ପଦକ୍ଷେପ ନେଇ ଏକ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି ।

ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି ବୃଦ୍ଧି କରିବା ପାଇଁ ଓଡ଼ିଶା ସମେତ କିଛି ରାଜ୍ୟ ଦାବି କରିଥିଲେ । ଏହାପରେ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ଯୋଗୁ ବର୍ତ୍ତମାନ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.