କୋଭିଡ୍‌ ୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ରିଟେନ୍‌ ବୈଜ୍ଞାନିକ ଜୀବିତ, ଟିକା ନିର୍ମାଣ ଆଶା ବଢ଼ିଲା

ଲଣ୍ଡନ : ବ୍ରିଟେନ୍‌ରେ କୋଭିଡ ୧୯ ର ପ୍ରଥମ ଟିକା ନେଇଥିବା ମାଇକ୍ରୋ ବାୟୋଲୋଜିଷ୍ଟ ଏଲିସା ଗ୍ରେନେଟ୍‌ଙ୍କର ମୃତ୍ୟୁ ହେବା ଖବର ମିଥ୍ୟା ବୋଲି ଜଣାପଡ଼ିଛି ।

ଏଲିସା ଜୀବିତ ଥିବା ନେଇ ଅକ୍ସଫୋର୍ଡ ନ୍ୟୁଜ୍‌ ଅଫିସ୍‌ ପ୍ରଥମେ ରିଅଟରସ୍‌କୁ ଖବର ଦେବା ସହ ତା’ର ସରକାରୀ ଟ୍ଵିଟରରେ ଖବର ପ୍ରକାଶ କରିଛି ।

ବ୍ରିଟେନ୍‌ ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ କରୋନା ପାଇଁ ବିକଶିତ କରିଥିବା ଟିକା ର ପ୍ରଥମ ମାନବ ଉପରେ ପରୀକ୍ଷଣ ହୋଇଥିଲା । ଏହାର ପ୍ରଥମ ଡୋଜ୍‌ ନେଇଥିଲେ ଉକ୍ତ ୟୁନିଭରସିଟି ଜଣେ ବୈଜ୍ଞାନିକ ଏଲିସା ଗ୍ରେନେଟ୍‌ ।

tikka

ଟିକା ନେବାର ୪୮ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ହେଲେ ବାସ୍ତବରେ ତାଙ୍କର ମୃତ୍ୟୁ ହୋଇ ନଥିଲା ।

ଏଲିସା ଜୀବିତ ଥିବା ନେଇ ଅକ୍ସଫୋର୍ଡ ନ୍ୟୁଜ୍‌ ଅଫିସ୍‌ ପ୍ରଥମେ ରିଅଟରସ୍‌କୁ ଖବର ଦେବା ସହ ତା’ର ସରକାରୀ ଟ୍ଵିଟରରେ ଖବର ପ୍ରକାଶ କରିଛି । ଫଳରେ କରୋନା ପାଇଁ ବ୍ରିଟେନ୍‌ ବିକଶିତ କରିଥିବା ଟିକା ଏବେ ବୈଜ୍ଞାନିକଙ୍କ ମନରେ ଆଶା ସଞ୍ଚାର କରିଛି ।

ପ୍ରକାଶ ଯୋଗ୍ୟ, ଭେକ୍ସିନ୍ର ହୁ୍ୟୃମାନ୍ ଟ୍ରାଏଲ୍ ପାଇଁ ୮୦୦ ଲୋକଙ୍କ ମଧ୍ୟରୁ ଏଲିସା ଗ୍ରେନେଟ୍ଙ୍କ ବଛା ଯାଇଥିଲା । ଏଲିସାଙ୍କୁ ଲଗା ଯାଇଥିବା ଟିକା ଉପରେ ସାରା ଦୁନିଆର ଦୃଷ୍ଟି ଲାଖି ରହିଥିଲା ।

ଏଲିସାଙ୍କ ଉପରେ ଟିକା ଟ୍ରାଏଲ ହେବାର ୫ ଦିନ ପରେ ସେ ସୁସ୍ଥ ଥିବା ଜଣାଯାଇଛି । ଫଳରେ ଟିକାର ସେକେଣ୍ଡ ଡୋଜ୍‌ ଏବେ ପୁଣି ଦିଆଯିବାକୁ ସ୍ଥିର କରାଯାଉଛି । ଯଦି ଟିକା ସଫଳ ହୁଏ ତେବେ କରୋନା ଉପରେ ଏହା ହେବ ବ୍ରିଟେନ୍‌ର ପ୍ରଥମ ବିଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.