ଗଞ୍ଜାମ: ଜେରା ବେଳେ ପରିଶ୍ରା ଯିବା ବାହାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପରିସରରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ । ଅଭିଯୁକ୍ତ ଜଣକ ହେଉଛନ୍ତି ପୋଡ଼ାମାରି ଗାଁର ଶିବ ପାତ୍ର । ୨୦୧୬ ମସିହାରେ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଫେରାର ହୋଇଯାଇଥିଲା ଶିବ ପାତ୍ର । ଦୀର୍ଘଦିନ ପରେ ଗାଁରେ ଥିବା ଖବର ପାଇ ପୋଲିସ ଶିବକୁ ଆଣି ତଦନ୍ତ ଚଳାଇଥିଲା । ତେବେ ପରିଶ୍ରା ଯିବାକୁ କହି ଥାନା ପରିସରରେ ଥିବା ପରିଶ୍ରାଗାରକୁ ଯାଇ ସେଠାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ପୋଲିସ ଆହତ ଅବସ୍ଥାରେ ଶବକୁ ଉଦ୍ଧାର କରି ପ୍ରଥମେ ଆଡ଼ପଡ଼ା ମେଡିକାଲ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରିଛି ।