‘ଜିଓ ଗୀଗାଫାଇବର’ ପାଇଁ ଅନଲାଇନ୍ ରେଜିଷ୍ଟ୍ରଶନ କିପରି କରିବେ, ଏହି ୪ଟି ଷ୍ଟେପ୍ ବୁଝନ୍ତୁ
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ତା’ର ୪୨ତମ ସାଧାରଣ ବୈଠକରେ ‘ଜିଓ ଗୀଗାଫାଇବର’ ପ୍ଲାନର ଘେଷଣା କରିଛି। ‘ଜିଓ ଗୀଗାଫାଇବର’ ବ୍ରଡ୍ବ୍ୟାଣ୍ଡ ପ୍ଲାନର ପ୍ରାରମ୍ଭିକ ମୂଲ୍ୟ ୭୦୦ ଟଙ୍କା ଏବଂ ସର୍ବାଧିକ ମୂଲ୍ୟ ୧୦,୦୦୦ ଟଙ୍କା ରହିଛି। ଏହି ସେବା ୨୦୧୯ ସେପ୍ଟେମ୍ବର ୫ରୁ ବଜାରରେ ଉପଲବ୍ଧ ହୋଇଯିବ। ତେବେ ଏହା ଜାଣିବା ଜରୁରୀ ଯେ ‘ଜିଓ ଗୀଗାଫାଇବର’ ପାଇଁ ଆବେଦନ ବା ପଞ୍ଜୀକରଣ କିପରି କରିବେ। ଆସନ୍ତୁ ଜାଣିବା ଏହି ୪ଟି ଷ୍ଟେପ୍।
-ଯଦି ଆପଣ ଜିଓ ଗୀଗାଫାଇବର ସେବା ନେବାକୁ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ଅଫିସିଆଲ େଓ୍ଵବସାଇଟ jio.comକୁ ଯାଆନ୍ତୁ। ନଚେତ୍ gigafiber.jio.com/registrationକୁ ଯାଆନ୍ତୁ। ଏଠାରେ କହି ରଖୁଛୁ କି, ବର୍ତ୍ତମାନ ଜିଓ ଏବଂ ଜିଓ ଗୀଗାଫାଇବର ନାମରେ ଅନେକ େଓ୍ଵବସାଇଟ୍ ଚାଲୁଛି, ଯେଉଁଥିରୁ ଆପଣଙ୍କୁ ଦୂରେଇ ରହିବା ଆବଶ୍ୟକ।
-ଏହାପରେ ଆପଣଙ୍କୁ ପଚରାଯିବ, ଆପଣ ଘରେ ଜିଓ ଗୀଗାଫାଇବର କନେକ୍ସନ ନେବାକୁ ଚାହୁଁଛନ୍ତି ନା ଅଫିସରେ। ଏହାପରେ ଠିକଣା ପଚରାଯିବ ଏବଂ ଠିକଣା ପରେ ଆପଣଙ୍କ ପୂରା ନାମ, ମୋବାଇଲ୍ ନମ୍ବର ଓ ଇ-ମେଲ ଆଇଡି ପଚରାଯିବ। ତେବେ ମୋବାଇଲ୍ ଓ ଇ-ମେଲ ଆଇଡିରେ କୌଣସି ପ୍ରକାର ଭୁଲ୍ କରନ୍ତୁ ନାହିଁ। ଏହାପରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ।
ଏହାସହ ପଢ଼ନ୍ତୁ: ଆଇଫୋନରୁ ତ୍ରୁଟି ବାହାରିଲେ Apple ଦେବ ୭ କୋଟି ଟଙ୍କା
-ଓଟିପି ଦେବା ପରେ ଆପଣଙ୍କ ରେଜିଷ୍ଟ୍ରେଶନ ହୋଇଯିବ ଏବଂ ଜିଓ ତରଫରୁ ଆପଣଙ୍କ ପାଖକୁ ଏକ ଇ-ମେଲ ଓ ଏକ ମେସେଜ୍ ଆସିବ। ଜିଓର ଅଧିକାରୀମାନେ ଆପଣଙ୍କ ସହ ସମ୍ପର୍କ କରିବେ ଏବଂ ଆପଣଙ୍କ ଜିଓ ଗୀଗାଫାଇବର କନେକ୍ସନ ଆକ୍ଟିଭ କରାଯିବ।
-ଜିଓ ଗୀଗାଫାଇବର ପାଇଁ କମ୍ପାନୀ ସକ୍ୟୁରିଟି ଏବଂ ଡିଭାଇସ୍ ମୂଲ୍ୟକୁ ନେଇ କୌଣସି ସୂଚନା ଦେଇନାହିଁ। ଯଦିଓ ବର୍ତ୍ତମାନ ଜିଓ ଗୀଗାଫାଇବର ସହ ସିକ୍ୟୁରିଟି ବାବଦରେ ୪,୫୦୦ ଟଙ୍କା ନିଆଯାଉଛି, ଯାହାକୁ କନେକ୍ସନ କାଟିବା ପରେ ଫେରାଇ ଦିଆଯିବ।