ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳାଯିବ ଟି-୨୦ କ୍ରିକେଟ୍, ମହିଳା ଟି-୨୦ କ୍ରିକେଟ୍ରେ ଭାଗ ନେବେ ୮ଟି ଦଳ
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳାଯିବ ଟି-୨୦ କ୍ରିକେଟ୍ । ୨୦୨୨ରେ ବର୍ମିଂହାମ୍ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟ୍ ଖେଳାଯିବ । ଇଣ୍ଟରନେସନାଲ କ୍ରିକେଟ୍ କାଉନ୍ସିଲ୍ ଓ କମନେଓ୍ଵଲ୍ଥ ଗେମ୍ ଫେଡେରେସନ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହିଳା ଟି-୨୦ କ୍ରିକେଟ୍ରେ ୮ଟି ଦଳ ଭାଗ ନେବେ । ସମସ୍ତ ମ୍ୟାଚ୍ ଏଜ୍ବାଷ୍ଟନ୍ରେ ଖେଳାଯିବ । ପ୍ରଥମ ଥର ପାଇଁ ୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ୍ ସାମିଲ କରାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ସ୍ୱର୍ଣ୍ଣପଦକ ଜିତିଥିଲା।