ଟ୍ରାଏଲ ରୁମରେ ହିଡେନ୍‌ କ୍ୟାମେରା, ୨ ଯୁବକଙ୍କୁ ପୋଲିସ ହାତରେ ଧରାଇଦେଲେ ଯୁବତୀ

ନାଗପୁରର ଏକ ରେଡିମେଡ୍‌ ଶୋ’ରୁମ ଟ୍ରାଏଲ ରୁମରେ ପୋଷାକ ବଦଳାଇବାକୁ ଯାଇଥିବା ଜଣେ ଯୁବତୀଙ୍କ ଭିଡିଓ ବନାଯିବା ଘଟଣା ଏବେ ସାମ୍ନାକୁ ଆସିଛି। କିନ୍ତୁ ଯୁବତୀ ଜଣକ ଏମିତି ବାହାଦୂରୀ ଦେଖାଇଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଏବେ ପୋଲିସ ଧରିନେଇଛି।
ସୂଚନା ମୁତାବକ, ଉକ୍ତ ଶୋ’ରୁମରେ ଯୁବତୀଙ୍କୁ ଡ୍ରେସ୍‌ ପସନ୍ଦ ଆସିବା ପରେ ଫିଟିଙ୍ଗ୍‌ ଦେଖିବା ପାଇଁ ସେ ଟ୍ରାଏଲ ରୁମକୁ ଯାଇଥିଲେ। କିନ୍ତୁ ଏହା ଜାଣି ସେ ସ୍ତବ୍ଧ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ଅନୁଭବ ହୋଇଥିଲା ଏଠାରେ ହିଡେନ୍‌ କ୍ୟାମେରା ଲଗାଯାଇଛି। କାନ୍ଥର ଏକ କୋଣରେ ମୋଇବାଲ ଲଗାଯାଇଥିବାର ସେ ଦେଖିବାକୁ ପାଇଥିଲେ।

ଏହାସହ ପଢ଼ନ୍ତୁ: ସାହସିକତାର ପରିଚୟ ଦେଲେ ବୃଦ୍ଧ ଦମ୍ପତି: ଅସ୍ତ୍ରଶସ୍ତ୍ର ଧରି ଲୁଟ୍ କରିବାକୁ ଆସିଥିବା ଦୁର୍ବୁତ୍ତଙ୍କୁ କଲେ ଏମିତି…

girl2

ମୋବାଇଲ୍‌ ଛାନ୍‌ଭିନ କରିବା ପରେ ସେଥିରେ ଭିଡିଓ ରେକର୍ଡିଂ ହେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଯୁବତୀ ଜଣକ ମୋବାଇଲ ଧରି ତୁରନ୍ତ ନିକଟସ୍ଥ ଥାନାରେ ପହଞ୍ଚିଥିଲେ ଏବଂ ସମସ୍ତ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ଅଭିଯୋଗ ପାଇ ପୋଲିସ ଶୋ’ରୁମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ନିଖିଲ ନାମକ ଯୁବକ ଏଥିରେ ସମୃକ୍ତ ଥିବା ଜଣାପଡ଼ିଥିଲା। ପୋଲିସ ତାଙ୍କୁ ଗିରଫ କରିବା ପରେ ସେ ସବୁ ସତ ମାନିଯାଇଥିଲେ। ଏ ନେଇ ନିଖିଲ ଏବଂ ଦୋକାନ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦୁଇଜଣଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।