ଯାଜପୁର: ବିଭିନ୍ନ ସ୍ଥାନରେ ଚଢ଼ାଉ, ୩ ଜଣ ନାବାଳକ ଓ ଜଣେ ନାବାଳିକା ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ନାବାଳକ ଓ ଜଣେ ନାବାଳିକାକୁ ଉଦ୍ଧାର କରିଛି । ଏହି ନାବାଳକ ନାବାଳିକା ବିଭିନ୍ନ ଘରୋଇ ସଂସ୍ଥାରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରି ଶିଶୁ ମଂଗଳ ସମିତି ନିକଟରେ ହାଜର କରିଛି । ସମିତି ପ୍ରତ୍ୟେକଙ୍କ ପରିବାର ବର୍ଗଙ୍କୁ ଖବର ଦେବା ସହିତ ସେମାନଙ୍କୁ କାମ ନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିମଧ୍ୟରୁ ଜଣେ ଇଟା ଭାଟି ଓ ପଂଳ ଦୋକାନରେ ମଧ୍ୟ କାମ କରୁଥିବା ଜଣାପଡିଛି । ଏହି ଶିଶୁ ମାନଙ୍କୁ କାମରେ ଲଗାଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଚିଠି ଲେଖାଯିବ ବୋଲି ସମିତିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.