Below header

ଯାଜପୁର: ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମ କାର୍ଯ୍ୟକାରୀ କରିବାକୁ ଦାବି

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ ମାଇନ୍ସ ଅଂଚଳରେ ହାଇକୋର୍ଟ ଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ଆଜି ଯାଜପୁରରୋଡ ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲା ପ୍ରଶାସନକୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇ କାଳିଆପାଣି ଅଂଚଳରେ ହେଉଥିବା ଖଣି ପରିବହନ କ୍ଷେତ୍ରରେ ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମ ଲାଗୁ କରିବାକୁ ଦାବୀ କରିଥିଲେ । ପୂର୍ବରୁ ମାନ୍ୟବର ହାଇକୋର୍ଟ ଆଦେଶ ଦେଇଥିଲେ ହେଁ ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ଟ୍ରକ ମାଲିକ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବର୍ତମାନ ସୁଦ୍ଧା କେବଳ ୬ ଚକିଆ ଗାଡି କ୍ଷେତ୍ରରେ ଏହି ନିୟମ ଲାଗୁ ହେଉଥିବା ବେଳେ ବାକି ୧୦,୧୨ ଓ ୧୪ ଚକିଆ କ୍ଷେତ୍ରରେ
ଏହି ନିୟମ ଆଦୌ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମ କାର୍ଯ୍ୟକାରୀ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.