Below header

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ୬ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି (କେନ୍ୟୁଜ) : ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍‌ରେ କ୍ରାଇମବ୍ରାଞ୍ଚ। ୬ଜଣଙ୍କୁ ଘନ ଘନ ଜେରା କରୁଛି ଟିମ୍‌। ରୋଷେୟା ମନ୍ମଥ କୁମ୍ବ, ଦୁଇ ACF କେଭି ଭାଷ୍କର ରାଓ ଓ ଗୌରୀ ରଥ, ୨ଜଣ ୱାଚ୍‌ମ୍ୟାନ୍‌ ଓ ଜଣେ ଗାର୍ଡଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା କରୁଛି । ପାରଳାଖେମୁଣ୍ଡି ଥାନାର ଏକ ସ୍ୱତନ୍ତ୍ର କୋଠରୀରେ ଜେରା କରାଯିବା ପରେ ପୋଲିସ ଗେଷ୍ଟ ହାଉସକୁ ନିଆଯାଇଛି। ସେଠାରେ ଏକ କୋଠରୀରେ ପଚରାଉଚରା ଚାଲିଛି। ମୂଳରୁ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ସେନେଇ ରହସ୍ୟ ଭେଦିବ ୩ ଜଣିଆ ଟିମ୍‌ ।

ଅନ୍ୟପଟେ ବିଦ୍ୟାଭାରତୀଙ୍କ ଗାଁ ମୟୁରଭଞ୍ଜ କପ୍ତିପଦାକୁ ଯାଇପାରେ ଟିମ୍‌। ଆଗକୁ ବିଦ୍ୟାଭାରତୀଙ୍କୁ ଜେରା କରିପାରେ ଟିମ୍‌ ବୋଲି ଜଣାପଡିଛି । ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ପାଳି ପଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସୌମ୍ୟଙ୍କ ପରିବାରକୁ ମଧ୍ୟ ଭେଟିପାରେ କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଥିଲା ନା ଆତ୍ମହତ୍ୟା ? ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସରେ ୩ ଘଣ୍ଟା ସରଜମିନ ଖୋଳତାଡ କରିଛି ତଦନ୍ତକାରୀ ଟିମ୍‌ । ହେଲେ ମାସେ ପରେ ବି ଡେଥ୍‌ ସସପେନ୍ସ ଉପରୁ ପରଦା ହଟି ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.