ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ ଆୟୁର୍ବେଦିକ ଉପାୟ

ମୁଣ୍ଡବିନ୍ଧା ବହୁତ ସାଧାରଣ ସମସ୍ୟା। ଏହା କୌଣସି ବି ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏହା ପଛରେ ଅନେକ ଅଲଗା ଅଲଗା କାରଣ ହୋଇପାରେ। କିଛି ମୁଣ୍ଡବିନ୍ଧା ମାଇଗ୍ରେନର କାରଣ ମଧ୍ୟ ହୋଇଥାଏ। ଏହି ରୋଗରେ ପୀଡ଼ିତ ରୋଗଙ୍କୁ ଚକ୍କର ଆସିଥାଏ, ଚଞ୍ଚଳତା ଓ ଅଶାନ୍ତି ଲାଗିଥାଏ, ଆଲୋକ ଏବଂ ଶବ୍ଦରୁ ସେନ୍ସିଟିଭିଟି ହୋଇପାରେ। ଏମିତି ସ୍ଥିତିରେ ଅନେକ ଔଷଧର ସାହାରା ନେବାକୁ ପଡ଼ିଥାଏ। କିନ୍ତୁ ଅଧିକ ପରିମାଣରେ ଔଷଧ ଖାଇଲେ ଏହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏହାକୁ ଦୂର କରିବାର ଆୟୁର୍ବେଦିକ ଉପାୟ ବିଷୟରେ କହିବୁ।

-ବ୍ରାହ୍ମୀ: ବ୍ରାହ୍ମୀରେ କୁଲିଂ ଇଫେକ୍ଟସ୍‌ ରହିଥାଏ, ଯାହା ଚିନ୍ତା ଓ ଅବସାଦକୁ କମ୍‌ କରିଥାଏ। ବିଶେଷଜ୍ଞଙ୍କ ମୁତାବକ, ଯେଉଁ ଲୋକଙ୍କର ମୁଣ୍ଡବିନ୍ଧା ସମସ୍ୟା ରହିଛି, ସେମାନେ ନିଜ ନାକରେ ବ୍ରାହ୍ମୀ ଓ ଘିଅର କିଛି ବୁନ୍ଦା ପକାଇବା ଉଚିତ।

-ଚନ୍ଦନ: ମୁଣ୍ଡବିନ୍ଧା ହେଉଥିଲେ ଚନ୍ଦନ କାଠକୁ ଘଷି ଆପଣ ନିଜ ମଥାରେ ଲଗାଇ ପାରିବେ। ନଚେତ୍‌ ଅଧ ଚାମଚ ଚନ୍ଦନ ପାଉଡର ସହିତ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମଥାରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏମିତି କରିବା ଦ୍ୱାରା ଆରାମ ମିଳିବ।

-ଗୁଜୁରାତି: ବିଶେଷଜ୍ଞଙ୍କ କହିବା ହେଲା, ଛୋଟ ଗୁଜୁରାତିରେ ରହିଥିବା ତତ୍ତ୍ୱ ମୁଣ୍ଡବିନ୍ଧାକୁ ଦୂର କରିବାରେ ସାହାଯ୍ୟ କରିଥାଏ।

-କଳା ଲୁଣ: ଯଦି ଆପଣ ସାଧାରଣ ଲୁଣ ପରିବର୍ତ୍ତେ କଳା ଲୁଣ ବ୍ୟବହାର କରିବେ, ତ ଏଥିରୁ ଆପଣଙ୍କୁ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିପାରିବ। ନଖଉଷୁମ ପାଣିରେ କଳା ଲୁଣ ପକାଇ ପିଅନ୍ତୁ।

-ତ୍ରିଫଳା ଚୂର୍ଣ୍ଣ: ତ୍ରିଫଳା ଚୂର୍ଣ୍ଣ ଫୁସ୍‌ଫୁସକୁ ସଫା ରଖିବା ସହିତ ଶରୀରକୁ ମଧ୍ୟ ଥଣ୍ଡା ରଖିଥାଏ। ଏଥିସହ ନିଃଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ। ମାଇଗ୍ରେନ ଭଳି ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.