Below header

ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଭୁଲିଗଲେ ସାଂସଦ, ହସନ୍‌ଙ୍କ ଭିଡିଓ ଭାଇରାଲ

ଅଗଷ୍ଟ ୧୫ ଅବସରରେ ରବିବାର ସାରା ଦେଶରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଛି। ଏ ଅବସରରେ ଲୋକମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। କିନ୍ତୁ ମୁରାଦାବାଦର ସପାର ଜଣେ ସାଂସଦ ପତାକା ଉତ୍ତୋଳନ କରିବା ବେଳେ ଜାତୀୟ ସଙ୍ଗୀତକୁ ଭୁଲ ଗାଇଥିବା ଜଣାଯାଇଛି।

ସାଂସଦ ଏସ୍‌ଟି ହସନ୍‌ ପତାକା ଉତ୍ତୋଳନ କରିବା ପରେ ସାଥୀ ନେତାଙ୍କ ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପ୍ରଥମେ ଦୁଇ ଲାଇନ୍‌ ଠିକ୍‌ ଗାଇବା ପରେ ସେ ଜାତୀୟ ସଙ୍ଗୀତ ଭୁଲି ଯାଇଥିଲେ। ଫଳରେ ଭୁଲ ଭାଲ ଗାଇଥିଲେ। ଏନେଇ ନିଜେ ଅନୁଭବ କରିବା ପରେ ସେ ତରବରିଆ ଭାବେ ସେଠାରୁ ଚାଲିଯାଇଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ଏହି ଘଟଣା ବେଳର ଦୃଶ୍ୟକୁ ସେଠାରେ ଉପସ୍ଥିତ ଜଣେ କର୍ମୀ ସୁଟିଂ କରିଥିଲେ। ପରେ ସେ ତାହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହା ପରଠାରୁ ଚାରିଆଡ଼େ ହସନ୍‌ଙ୍କୁ ଟ୍ରୋଲ୍‌ କରାଯାଉଛି। ଲୋକମାନେ ତାଙ୍କ ଟ୍ରୋଲ କରି କହିଛନ୍ତି- ସାଂସଦ ହୋଇଛନ୍ତି କିନ୍ତୁ ଜାତୀୟ ସଙ୍ଗୀତ ଜାଣି ନାହାନ୍ତି।

ତେବେ ଏହି ମାମଲାରେ ଏବେ ଯାଏଁ ସାଂସଦଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.