Below header

ଲଡର୍ସ ମଇଦାନରେ ବାଲକୋନୀରେ ବସି ପନ୍ତ-ଈଶାନ୍ତ ଉପରେ ନାରାଜ ହେଲେ ବିରାଟ, ପରେ ମଇଦାନରେ ମଧ୍ୟ ଦେଖିବାକୁ ମିଳିଲା ହାଇଭୋଲଟେଜ ଡ୍ରାମା

ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଲଡର୍ସ ଚତୁଥର୍ ଟେଷ୍ଟର ଶେଷ ଅଧ ଘଣ୍ଟା ଖେଳ ସମୟରେ ଋଷଭ ପନ୍ତ ଏବଂ ଈଶାନ୍ତ ଶର୍ମାଙ୍କ ଉପରେ ନାରାଜ ହୋଇଥିଲେ। ପନ୍ତ ଏବଂ ଈଶାନ୍ତ ଖରାପ ଲାଇଟ ସତ୍ତ୍ବେ ବୋଲିଂ କରିଥିଲେ। ଯେଉଁଥିରେ ବିରାଟ କୋହଲି ଡ୍ରେସିଂ ରୁମରେ ବସି ଅସନ୍ତୋଷ ପ୍ରକାଶ କରିଥିଲେ।

ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଫେଲ୍ ମାରିଛନ୍ତି । ସେ ମାତ୍ର ୨୦ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ । କୋହଲି ସାମ୍ କୁରାନଙ୍କ ଶିକାର ହୋଇଥିଲେ । ତେବେ କୋହଲି ଆଉଟ ହେବା ପରେ ଡ୍ରେସିଂ ରୁମରେ ଅଶନ୍ତୋଷ ବ୍ୟକ୍ତ କରିଥିଲେ । ସେ ନାପକିନ୍ ପେପର ଫିଙ୍ଗି ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ସେ ବାଲକୋନିରେ ମଧ୍ୟ ନିରାଶ ହୋଇ ବସିଥିବା ଦେଖିବାକୁ ମିଳିଥିଲା ।

କୋହଲି ଶେଷଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତର ଅର୍ଜନ କରିଥିଲେ । ତାପରଠୁ ୪୯ ଇନିଂସ ହେବ ସେ ଶତକ ଲଗାଇ ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.