ପବନ କଲ୍ୟାଣଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ବାହୁବଲୀର ଭଲ୍ଲାଲଦେବ, ଦେଖନ୍ତୁ ପ୍ରଥମ ଝଲକ୍‌

ଏକାଠି ନଜର ଆସିବେ ସାଉଥ୍‌ ଷ୍ଟାର ପବନ କଲ୍ୟାଣ ଓ ରାଣା ଦଗୁବତୀ। ପବନ କଲ୍ୟାଣ ଓ ରାଣା ଦଗୁବତୀଙ୍କ ଆଗାମୀ ଫିଲ୍ମର ଫାଇନାଲ ଟାଇଟଲ ଘୋଷିତ ହୋଇଛି। ଏହି ଫିଲ୍ମର ନାଁ ରହିଛି ‘ଭୀମ୍‌ଲା ନାୟକ’। ରବିବାର ଦିନ ଫିଲ୍ମ ନିର୍ମାତା ଏହାର ପ୍ରଥମ ଝଲକ୍‌ ସେୟାର କରିଛନ୍ତି। ଟିଜରରେ ପବନ ଓରଫ୍‌ ଭୀମ୍‌ଲା ପ୍ରଚଣ୍ଡ ରାଗୁଥିବା ଦେଖାଯାଇଛି।


ଉଭୟ କଳାକାର ରବିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ନାମ ଓ ଟିଜର ସେୟାର କରିଛନ୍ତି। ଫିଲ୍ମର ପ୍ରଥମ ସିଙ୍ଗଲ ସେପ୍ଟେମ୍ବର ୨ରେ ପବନ କଲ୍ୟାଣଙ୍କ ଜନ୍ମଦିନ ଅବସରରେ ରିଲିଜ୍‌ ହେବ।

 

View this post on Instagram

 

A post shared by Rana Daggubati (@ranadaggubati)

ସାଗର କେ.ଚନ୍ଦ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ନିତ୍ୟା ମେନନ୍‌ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ୧୨ ଜାନୁଆରୀ ୨୦୨୨ରେ ରିଲିଜ୍‌ ହେବ। ସୂଚନାଯୋଗ୍ୟ ଯେ ରାଣା ଦଗୁବତୀ ନିଜ ଆକ୍ଟିଂ କ୍ୟାରିୟରର ଆରମ୍ଭ ୨୦୧୦ ମସିହାରେ ପଲିଟିକାଲ ଥ୍ରିଲର ଫିଲ୍ମ ଲିଡରରେ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.