Below header

କଳାକାରଙ୍କୁ ମାଡ଼ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ଜଣେ ASIଙ୍କ ସହ ୩ଜଣ କନେଷ୍ଟବଳଙ୍କୁ ବଦଳି

କଳାକାରଙ୍କୁ ମାଡ଼ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ। ଜଣେ ASIଙ୍କ ସହ ୩ଜଣ କନେଷ୍ଟବଳଙ୍କୁ ବଦଳି । ଭଦ୍ରକ ଆଗରପଡା ପୋଲିସ ବିରୋଧରେ ଅଭିଯୋଗ ପରେ ୪ଜଣଙ୍କୁ ଜିଲ୍ଲା ହେଡକ୍ବାର୍ଟରକୁ ବଦଳି କରାଯାଇଛି।

ଭଦ୍ରକ (କେନ୍ୟୁଜ): କଳାକାରଙ୍କୁ ମାଡ଼ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ। ଜଣେ ASIଙ୍କ ସହ ୩ଜଣ କନେଷ୍ଟବଳଙ୍କୁ ବଦଳି । ଭଦ୍ରକ ଆଗରପଡା ପୋଲିସ ବିରୋଧରେ ଅଭିଯୋଗ ପରେ ୪ଜଣଙ୍କୁ ଜିଲ୍ଲା ହେଡକ୍ବାର୍ଟରକୁ ବଦଳି କରାଯାଇଛି।

ଗତ ୩୦ ତାରିଖରେ ଯୁବ କଳାକାରଙ୍କୁ ପୋଲିସ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ରାତିରେ ଅଟକାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ କଳାକାର । ଅଭିଯୋଗ ଅନୁଯାୟୀ, ଆଗରପଡା ଥାନା ଚାରିଗାଁ ପଂଚାୟତ ତେଲନଟି ଗାଁର ମଞ୍ଚ କଳାକାର ଗୋପୀନାଥ ନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ । ଗାଁ ରାସ୍ତାରେ ପୋଲିସ ପାଟ୍ରୋଲିଂ ଗାଡି ଅଟକାଇ ଗାଡିର କାଗଜପତ୍ର ମାଗିଥିଲା। ଏପରିକି ପୋଲିସ ଅଧିକାରୀ ତାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ୪ଜଣ ପୋଲିସ କର୍ମଚାରୀ ମାଡ ମାରିଥିଲେ ବୋଲି କହିଛନ୍ତି ଗୋପୀନାଥ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.