ସଡ଼କରେ ପଡ଼ିଗଲା ଟ୍ରେନ୍ କୋଚ୍, ଟ୍ରକରେ ଲୋଡ୍ ହେଉଥିବା ବେଳେ ଘଟିଲା ଏମିତି

ଟ୍ରେନ୍ କମ୍ପାର୍ଟମେଣ୍ଟଟି ଏକ ବଡ ଟ୍ରକରେ ଲୋଡ୍ ହେଉଥିଲା । ଏହି ସମୟରେ ଟ୍ରେନ କମ୍ପାର୍ଟମେଣ୍ଟ ରାସ୍ତାରେ ପଡିଯାଇଥିଲା । ଏହି ଦୁର୍ଘଟଣା ଘଟିବା ମାତ୍ରେ ବହୁ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ ।

ବିହାରର ଭାଗଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭାଗଲପୁରର ଏକ ଟ୍ରେନ୍ ର ବଗି ରାସ୍ତାରେ ପଡ଼ିଯାଇଛି, ଯାହା ସସସ୍ତଙ୍କୁ ଚକିତ କରିଛି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଟ୍ରେନ୍ କମ୍ପାର୍ଟମେଣ୍ଟ ରାସ୍ତାରେ ପଡିଥିବାର ନଜର ଆସିଛି । ସୂଚନା ଥାଉକି ଟ୍ରେନ୍ କମ୍ପାର୍ଟମେଣ୍ଟଟି ଏକ ବଡ ଟ୍ରକରେ ଲୋଡ୍ ହେଉଥିଲା । ଏହି ସମୟରେ ଟ୍ରେନ କମ୍ପାର୍ଟମେଣ୍ଟ ରାସ୍ତାରେ ପଡିଯାଇଥିଲା । ଏହି ଦୁର୍ଘଟଣା ଘଟିବା ମାତ୍ରେ ବହୁ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ ଏବଂ ଲୋକମାନେ ଏହି ଘଟଣାର ଭିଡିଓ କରିବା ଆରମ୍ଭ କରିଥିଲେ, ଯାହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ।

ଭାଗଲପୁରରେ ଏକ ଟ୍ରେନ୍ କୋଚ୍ ଏକ ସାମଗ୍ରୀ ଲୋଡିଂ ଟ୍ରକ୍ ଉପରେ ଲୋଡ୍ କରାଯାଉଥିଲା । କିନ୍ତୁ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଯାଇଥିଲା । ଲୋହିଆ ବ୍ରିଜରୁ ଓହ୍ଲାଇବା ସମୟରେ ଟ୍ରକ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଯେଉଁଥିପାଇଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।

ଟ୍ରେନ୍ କୋଚଟି ଲୋହିଆ ବ୍ରିଜର ରେଲିଂ ଭାଙ୍ଗି ଆଗକୁ ଯାଇଥିଲା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସୌଭାଗ୍ୟବଶତଃ ଘଟଣାସ୍ଥଳରେ କାହାର କୌଣସି କ୍ଷତି ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.