ନୂଆବର୍ଷରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ପରିବାରର ୫ ସଦସ୍ୟଙ୍କ ମୃତଦେହ

ପଞ୍ଜାବ ଜଳନ୍ଧରରେ କସ୍ତବା ଆଦମପୁର ଗାଁ ଡ୍ରୋଲିରେ କରଜରେ ବୁଡିଥିବା ପରିବାରର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ପିଲା ରହିଛି ।

ପଞ୍ଜାବ : ପଞ୍ଜାବ ଜଳନ୍ଧରରେ ଚାଞ୍ଚଲ୍ୟକର ଘଟଣା । କସ୍ତବା ଆଦମପୁର ଗାଁ ଡ୍ରୋଲିରେ କରଜରେ ବୁଡିଥିବା ପରିବାରର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ପିଲା ରହିଛି ।

ମୃତକ ମଧ୍ୟରେ ମନମୋହନ ସିଂଙ୍କ ପୁଅ ଆତ୍ମା ସିଂ(୫୫), ପତ୍ନୀ ସରବଜିତ କୌର, ଦୁଇ ଝିଅ ଜ୍ୟୋତି(୩୨) ଏବଂ ଗୋପି (୩୧) ଏବଂ ଜ୍ୟୋତିଙ୍କ ପୁଅ ଅମନ (୩) ସାମିଲ ରହିଛନ୍ତି । ମୃତକ ମନମୋହନଙ୍କ ଜ୍ୱାଇଁ ଦୀର୍ଘ ସମୟ ଧରି ଫୋନ କରିଥିଲେ ମଧ୍ୟ ଫୋନ କେହି ଉଠାଇନଥିଲେ । ତେଣୁ ସେ ନିଜେ ଗାଁକୁ ଆସି ଘର ଖୋଲିବା ପରେ ସମସ୍ତଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ବିଛଣାରେ ୩ଟି ମୃତଦେହ ପଡିଥିବା ବେଳେ ୨ଟି ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ଏହି ଘଟଣା ବିଷୟରେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଛି । ଯେଉଁଥିରେ ଆର୍ଥିକ ସ୍ଥିତି ଖରାପ ଯୋଗୁଁ କରଜ ନେଇଥିବା ଜାଣିବାକୁ ପାଇଥିଲା ପୋଲିସ । କରଜ ପଇସାକୁ ନେଇ ଘରୋଇ ବିବାଦ ହେବା ପରେ ଏଭଳି ପଦକ୍ଷେପ ନେଇଥିଲେ ଘର ଲୋକ ।

ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାିଛି । ପୋଲିସ ଅଧିକାରୀ କହିଛନ୍ତି, ସମସ୍ତ ମୃତକ ଓଠରେ ଆଘାତ ଲାଗିଛି । ମୃତକଙ୍କ ମଧ୍ୟରେ ୩ ବର୍ଷର ପିଲା ରହିଛି । ତାର ଗାଲରେ ଚିହ୍ନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.