ଗଜପତି ମୁଠାଗୁଡା ଗୁଣି ସନ୍ଦେହରେ ବାପା ପୁଅଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ମୋହନା (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ ଗତ ୧୨ ଜୁନରେ ବାପା ପୁଅ ଙ୍କୁ ଗୁଣିଆ ସନ୍ଦେହରେ ସଂଗଠିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଜଣକ ହେଲେ ରାୟଗଡା ଜ଼ିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟାଇକୁରୁଗୁଡା ଗ୍ରାମର ଡେଭିଡସନ ଶବର। ପୋଲିସର ସୂଚନା ପ୍ରକାରେଡେଭିଡସନ ମୁଠାଗୁଡା ଗ୍ରାମରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଲୋକଙ୍କୁ ଚେରମୂଳି  ଚିକିତ୍ସା କରୁଥିଲା।

ମୃତ ଲୁକା ଦଳବେହେରା ମଧ୍ୟ ଚେରାମୁଳିକା ଚିକିତ୍ସା କରିବା ସହ ଗ୍ରାମ ବୈଦ୍ୟ ଭାବେ କାମ କରୁଥିଲେ। ଏନେଇ ପୂର୍ବରୁ ଦୁହେଁଙ୍କ ମଧ୍ୟରେ ଶତ୍ରୁତା ଥିଲା । ତେଣୁ ଡେଭିଡସନ ଗ୍ରାମବାସୀଙ୍କୁ ଲୁକା ଗୁଣିକରି ଲୋକଙ୍କୁ ମାରୁଥିବା ଗ୍ରାମବାସୀଙ୍କୁ କହିବା ସହ ତାକୁ ଜୀବନରେ ମାରିବା ପାଇଁ ଲୋକଙ୍କୁ ପ୍ରବାର୍ତ୍ତାଇଥିଲା l ଫଳରେ ଗ୍ରାମବାସୀ ଲୁକା ଏବଂ ତାଙ୍କ ପୁଅ ଅନକ ଦଳବେହେରାଙ୍କୁ ହତ୍ୟା କରିଥିଲେ।  ଘଟଣାପରଠାରୁ ଡେଭିଡସନ ଫେରାର ଥିବାବେଳେ ଅଡବା ପୋଲିସ ତାକୁ ଆଜି ତାର ପୈତୃକ ଗ୍ରାମରୁ ଗିରଫ କରିଥିବା ଥାନାଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି l ପୂର୍ବରୁ ଏହି ଘଟଣା ରେ ପୋଲିସ ୧୨ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.