Below header

ଶରଧାବାଲିରେ ତିନି ରଥ, ଆଜି ଭାଇ ଭଉଣୀଙ୍କୁ ଧରି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ

ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ଆଜି ଦିନବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡ଼ପ ମଣ୍ଡପକୁ ବିଜେ କରିବେ।

ପୁରୀ (କେନ୍ୟୁଜ): ଶରଧାବାଲିରେ ତିନି ରଥ । ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚା ମନ୍ଦିରକୁ ଯିବେ କାଳିଆ ଠାକୁର । ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ କମ୍ପୁଛି ଗଗନ ପବନ। ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ଆଜି ଦିନବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡ଼ପ ମଣ୍ଡପକୁ ବିଜେ କରିବେ।

ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ଭକ୍ତଙ୍କୁ ମିଳିବ ଆଡପ ଅବଢ଼ା । ଏଥର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ଏସି ଲାଗିଛି। ସେହିପରି ଠାକୁରଙ୍କ ପହଣ୍ଡି ରାସ୍ତାରେ ଖଣ୍ଡେଲାଇଟ୍‌ ପଥର ପକାଯାଇଛି। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତି ଦିନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.