Below header

ଜନ୍ମବେଦିରେ ଶ୍ରୀଜିଉ : ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ଶରଧାବାଲିରୁ ରଥାରୁଢ଼ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ନିଆଯାଇଥିଲା । ଆଜି ଭକ୍ତଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା ।

ପୁରୀ (କେନ୍ୟୁଜ): ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ଆରମ୍ଭ । ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଗତକାଲି ଶରଧାବାଲିରୁ ରଥାରୁଢ଼ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ନିଆଯାଇଥିଲା । ରଥ ଉପରେ ବିରାଜିତ ଶ୍ରୀଜିଉଙ୍କ ସମସ୍ତ ନୀତି ଶେଷହେବା ପରେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପହଣ୍ଡି l ଅଗଣିତ ଭକ୍ତ ଓ ସେବାୟତଙ୍କ ସମାଗମ ମଧ୍ୟରେ ଆଡପ ମଣ୍ଡପ ବିଜେ କରିଥିଲେ ଶ୍ରୀଜିଉ ।

ଆଜି ଭକ୍ତଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା । ରଥ ବିଳମ୍ବରେ ପହଞ୍ଚିବାରୁ ଚଳିତ ଥର ୫ ଦିନ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱାସ ରହିଛି, ଥରେ ଆଡ଼ପ ମଣ୍ଡପ ଦର୍ଶନ, ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ। ଯେହେତୁ ମହାପ୍ରଭୁ ଖୁସିରେ ଏହି ଯାତ୍ରା ଆରମ୍ଭ କରିଥା’ନ୍ତି, ଏହିସମୟରେ ଦର୍ଶନ କରି ଭକ୍ତ ଯାହା ମାଗେ, ତାହା ମିଳେ। ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡ଼ପ ଦର୍ଶନ ପାଇଁ କାହିଁ କେତେଦୂରରୁ ଦୌଡ଼ି ଆସନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.