Below header

କୁନାକାଳକାରଙ୍କ ଗୁହାରି ଶୁଣିଲା ପ୍ରଶାସନ, ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି

ଅଗଷ୍ଟ ୧୫ ତାରିଖରେ ଜଣେ କୁନି କଳାକାର ଗାଁର ସମସ୍ୟା ନେଇ ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ଆଗରେ ଗୁହାରି କରିଥିଲେ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ପରେ ପ୍ରଶାସନ ଗାଁକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି । ଦଶମନ୍ତପୁର ବ୍ଲକ ବିଡିଓ ଡମ୍ବୁରୁ ଧର ମଲ୍ଲିକ, ପଦୁଗୁଡ଼ା ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

କୋରାପୁଟ(କେନ୍ୟୁଜ୍): କୁନି କଳାକାରଙ୍କ କଥା ଶୁଣିଲା ପ୍ରଶାସନ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ପଦୁଗୁଡ଼ା ଗାଁକୁ ଗସ୍ତ କରି ସ୍ଥିତି ପରଖିଲେ ବ୍ଲକ ପ୍ରଶାସନ । ସମସ୍ୟାର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି । ଅଗଷ୍ଟ ୧୫ ତାରିଖରେ ଜଣେ କୁନି କଳାକାର ଗାଁର ସମସ୍ୟା ନେଇ ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ଆଗରେ ଗୁହାରି କରିଥିଲେ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ପରେ ପ୍ରଶାସନ ଗାଁକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି । ଦଶମନ୍ତପୁର ବ୍ଲକ ବିଡିଓ ଡମ୍ବୁରୁ ଧର ମଲ୍ଲିକ, ପଦୁଗୁଡ଼ା ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତେବେ ଗାଁର ମୌଳିକ ସମସ୍ୟା ସମାଧାନ କିପରି ହେବ ତାହା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି । ଗାଁରେ ସେଭଳି କୌଣସି ବିକାଶ ହୋଇପାରିନାହିଁ । ଗମନାଗମନ ସୁବିଧା ଠାରୁ ଆରମ୍ଭ କରି ପାନୀୟ ଜଳ ଏବଂ ସ୍ବାସ୍ଥ୍ୟକୁ ନେଇ ସମସ୍ୟା ରହିଛି । ଏହି ଗାଁର ସମସ୍ୟାକ ଜଣେ ଛୋଟ ଝିଅ ଅଭିନୟ କରି ଜିଲ୍ଲାପାଳଙ୍କୁ ଜଣାଇବା ପରେ ଗାଁକୁ ପ୍ରଶାସନ ପହଞ୍ଚିଲା । ଏବେ ଗାଁର ସମସ୍ୟା ସମାଧାନ ହେବ ବୋଲି ଗ୍ରାମବାସୀ ଆଶାବାଦୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.