INDIA ମେଣ୍ଟର ସ୍ଥାୟୀତ୍ୱ ନେଇ ସନ୍ଦେହ, ଛତିଶଗଡ଼ରେ କଂଗ୍ରେସ-ଆପ୍ ମୁହାଁମୁହିଁ
ଘରେ ନ ପଶୁଣୁ ଚାଳ ବାଜିଲାଣି । INDIA ମେଣ୍ଟ ଗଠନ ହେବା ପରଠାରୁ ମେଣ୍ଟ ଭିତରେ ବୁଝାମଣାକୁ ନେଇ ବିବାଦ ସୃଷ୍ଟି ହେବାରେ ଲାଗିଛି । ମେଣ୍ଟ ଭିତରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି ଥିଲେ ମଧ୍ୟ ଆଜି ଛତିଶଗଡ଼ ଗସ୍ତରେ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା କେଜରିଓ୍ଵାଲ କଂଗ୍ରେସ ବିରୋଧରେ ବର୍ଷିଛନ୍ତି । ଏହାକୁ ନେଇ କେତେ ଦିନ ତିଷ୍ଠିବ INDIA ମେଣ୍ଟ ବୋଲି ପ୍ରଶ୍ନ ଉଠିଛି ।

କଂଗ୍ରେସ – ଆପ ମୁହାଁମୁହିଁ ହେବା ପରେ ବିରୋଧୀ ମେଣ୍ଟର ସ୍ଥାୟୀତ୍ୱ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ଛତିଶଗଡ଼ ଆସିଥିଲେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଛତିଶଗଡ଼ ସ୍କୁଲ ଓ ଦିଲ୍ଲୀ ସ୍କୁଲ ମଧ୍ୟରେ ତୁଳନା କରିଥିଲେ। ଛତିଶଗଡ଼ରେ ସ୍କୁଲ କଦର୍ଯ୍ୟ ଭାବେ ଚାଲିଥିବା କହିଥିଲେ। ସେହିପରି ଛତିଶଗଡ଼ରେ ଆପ ସରକାର ଗଠନ କଲେ ଲୋକଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ମିଳିବ ବୋଲି ଘୋଷଣା କରିଥିଲେ କେଜ୍ରିୱାଲ।
ଏହା ପରେ ମୁହଁ ଖୋଲିଛି କଂଗ୍ରେସ। ଟ୍ବିଟ୍ କରି ପୱନ ଖେରା କହିଛନ୍ତି ଛତିଶଗଡ଼କୁ କେଜ୍ରିୱାଲ ଯିବାର ନଥିଲା। ଯଦି ଗଲେ ବିଜେପିର ରମଣ ସରକାରଙ୍କ ସମୟର ସ୍କୁଲ ସହ ଦିଲ୍ଲୀ ସ୍କୁଲ ସହ ତୁଳନା କରିଥାନ୍ତେ। ଯାହା କଲେ ଠିକ କଲେ ନାହିଁ ବୋଲି ସେ କହିଛନ୍ତି।
ଛତିଶଗଡ଼ ନିର୍ବାଚନକୁ ନେଇ ଆପ ଓ କଂଗ୍ରେସ ମୁହାଁମୁହିଁ ହେବା ପରେ ଇଣ୍ଡିଆ ମେଣ୍ଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଇଣ୍ଡିଆ ମେଣ୍ଟରେ ଅଂଶୀଦାର ଅଛନ୍ତି କଂଗ୍ରେସ ଓ ଆପ୍ । ତେବେ ଏହା ପ୍ରଥମ ନୁହେଁ। ଗୁରୁବାର ଅଲକା ଲାମ୍ବା କହିଥିଲେ ଦିଲ୍ଲୀର ୭ ଲୋକସଭା ସିଟରେ ଲଢ଼ିବାକୁ ପ୍ରସ୍ତୁତ ହେବା ପାଇଁ ଦଳୀୟ ନେତାଂକୁ କହିଛି କଂଗ୍ରେସ। ଅଲକା ଲାମ୍ବାଙ୍କ ଏହି କଥା ଆପକୁ ହଜମ ହୋଇ ନଥିଲା।