ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢିଲା ଅଡୁଆ, ଆସନ୍ତା ସପ୍ତାହରେ ଆତ୍ମସମର୍ପଣ କରିପାନ୍ତି

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢିଲା ଅଡୁଆ । ଜର୍ଜିଆ ନିର୍ବାଚନ ଫଳାଫଳ ଓଲଟପାଲଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢିଲା ଅଡୁଆ । ଜର୍ଜିଆ ନିର୍ବାଚନ ଫଳାଫଳ ଓଲଟପାଲଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ସପ୍ତାହରେ ଫୁଲଟୋନ୍ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିପାନ୍ତି ଟ୍ରମ୍ପ। ୨୦୨୦ରେ ଜର୍ଜିଆ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିବାକୁ ଉଦ୍ୟମ କରିଥିଲେ । ଏନେଇ ଜର୍ଜିଆ ଗ୍ରାଣ୍ଡ ଜୁରୀ ଟ୍ରମ୍ପଙ୍କୁ ଦୋଷୀ କରିଛନ୍ତି ।

ଆମେରିକା ମିଡିଆ ରିପୋର୍ଟ ମୁତାବକ ଫୁଲଟନ୍ କାଉଣ୍ଟି ଜିଲ୍ଲାର ଆଟୋର୍ନି ଫନି ଉଇଲିସ୍ ଟ୍ରମ୍ପ ଏବଂ ୧୮ ସହଯୋଗୀଙ୍କ ଉପରେ ଅଭିଯୋଗ ଆଣିଥିଲେ । ରାଷ୍ଟ୍ରପତି ବାଇଡେନଙ୍କ ଠାରୁ ପରାଜୟରୁ ବର୍ତ୍ତିବା ପାଇଁ ନିର୍ବାଚନ ଫଳାଫଳରେ ଓଲଟପାଲଟ ପାଇଁ ଷଡ଼ଯନ୍ତ୍ର କରିଥିଲେ । ଆମେରିକାରେ ଆସନ୍ତା ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବ । ରିପବ୍ଲିକ୍ ପାର୍ଟିରୁ ପୁଣି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି । ଏଭଳି ସମୟରେ ଟ୍ରମ୍ପଙ୍କ ପାଇଁ ନୂଆ ଅଡୁଆ ଟେନସନ୍ ବଢାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.