ବ୍ୟାଙ୍କରେ ପଡିଛି ଦାବିଦାର ନଥିବା ୩୫ ହଜାର କୋଟି ଟଙ୍କା , ଭୁଲି ଯାଇଥିବା ଲୋକଙ୍କ ପାଇଁ ଆରବିଆଇ ଲଞ୍ଚ କରିବ ପୋର୍ଟାଲ

ବର୍ଷ ବର୍ଷ ଧରି ବ୍ୟାଙ୍କରେ ପଡି ରହିଛି ଟଙ୍କା । ଯାହାର କେହି ଦାବିଦାର ନାହାଁନ୍ତି । ତାହା ପୁଣି ଲକ୍ଷ କି କୋଟିଏ ନୁହେଁ ପ୍ରାୟ ୩୫,୦୦୦ କୋଟି ଟଙ୍କା ।

ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ବ୍ୟାଙ୍କରେ ପଡି ରହିଛି ଟଙ୍କା । ଯାହାର କେହି ଦାବିଦାର ନାହାଁନ୍ତି । ତାହା ପୁଣି ଲକ୍ଷ କି କୋଟିଏ ନୁହେଁ ପ୍ରାୟ ୩୫,୦୦୦ କୋଟି ଟଙ୍କା । ବହୁ ବର୍ଷ ଧରି ଏହି ଟଙ୍କା ପଡିରହିଛି ବ୍ୟାଙ୍କରେ । ଭାରତୀୟ ସେଣ୍ଟ୍ରାଲ ବ୍ୟାଙ୍କ ଆରବିଆଇ ଏଥିପାଇଁ ଏକ ଆପ ଲଞ୍ଚ କରିବାକୁ ଯାଉଛି । ଏହି େଓ୍ଵବ ପୋର୍ଟାଲ ମାଧ୍ୟମରେ ଲୋକେ ତାଙ୍କର ଭୁଲିଯାଇଥିବା ଆକାଉଣ୍ଟକୁ ଜାଣି ପାରିବେ ।

ଏଥିପାଇଁ ଆରବିଆଇ ଏପ୍ରିଲରେ ପୋର୍ଟାଲ ଲଞ୍ଚ କିରବାକୁ ଘୋଷଣା କରିଥିଲା । ଏହି ପୋର୍ଟାଲ (UDGAM) ମାଧ୍ୟମରେ ଲୋକେ ତାଙ୍କର ଭୁଲିଯାଇଥିବା ଡିପୋଜିଟ ବାବଦରେ ଜାଣିପାରିବେ ବୋଲି ଆରବିଆଇ ଅଗଷ୍ଟ ୧୭ ତାରିଖରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛି ।

ଏହି ପୋର୍ଟାଲ ଜରିଆରେ ଲୋକେ ତାଙ୍କର ଭୁଲିଯାଇଥିବା ଆକାଉଣ୍ଟ କିମ୍ବା ଟଙ୍କା ସମ୍ପର୍କରେ ଜାଣିପାରିବେ । ଆବଶ୍ୟକ ପଡିଲେ ସେହି ଆକାଉଣ୍ଟକୁ ସକ୍ରିୟ କରିପାରିବେ କିମ୍ବା ଭୁଲିଯାଇଥିବା ଟଙ୍କା ଉଠାଇ ପାରିବେ । ଏହି ପୋର୍ଟାଲକୁ ଆରବିଆଇ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଓ ଇଣ୍ଡିଆନ ଫାଇନାନସିଆଲ ଟେକନୋଲୋଜି ଓ ଆଲାଏଡ ସର୍ଭିସ ବିକଶିତ କରିଛନ୍ତି ।

ଫେବ୍ରୁଆରୀ ୨୦୨୩ ସୁଦ୍ଧା ୩୫,୦୦୦ କୋଟି ଟଙ୍କାର କେହି ଦାବିଦାର ନଥିବା ଆରବିଆଇ ପ୍ରକାଶ କରିଛି । ଚଳିତ ବର୍ଷ ଏହି ସବୁ ଦାବିଦାର ନଥିବା ଟଙ୍କା ବିଭିନ୍ନ ବ୍ୟାଙ୍କ ଆରବିଆଇକୁ ହସ୍ତାନ୍ତର କରିଛି । ଏହି ଟଙ୍କା ଭିତରେ ସେଭିଂ ଓ କରେଣ୍ଟ ଆକାଉଣ୍ଟ ସହ ଫିକ୍ସ ଡିପୋଜିଟ ରହିଛି । ଯାହାକି ମାଚୁରଟି ହେବାର ଦୀର୍ଘ ୧୦ ବର୍ଷ ପରେ ବି କେହି ଦାବି କରିନାହାଁନ୍ତି । ଫଳରେ ଏହି ଦାବିଦାର ନଥିବା ଟଙ୍କା ସବୁ ଆରବିଆଇ ହେପାଜତରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.