ଲଦାଖରେ ଭାରତୀୟ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ JCOଙ୍କ ସମେତ ୯ ଯବାନ ସହିଦ
ଦକ୍ଷିଣ ଲଦାଖର କ୍ୟାରି ସହରର ଖାଇକୁ ସେନାର ଗାଡି ଖସିପଡିବାରୁ ସମସ୍ତଙ୍କ ଜୀବନ ଯାଇଛି । ଘଟଣାର ଜଣେ ଆହତ ହୋଇଛନ୍ତି। ଯବାନଙ୍କ ଏକ ଗାଡି କାରୁ ଗାରିସନରୁ କ୍ୟାରି ସହରକୁ ଯାଉଥିଲା ।

କେନ୍ୟୁଜ୍(ବ୍ୟୁରୋ): ଲଦାଖରେ ଭାରତୀୟ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ JCOଙ୍କ ସମେତ ୯ ଯବାନ ସହିଦ। ଦକ୍ଷିଣ ଲଦାଖର କ୍ୟାରି ସହରର ଖାଇକୁ ସେନାର ଗାଡି ଖସିପଡିବାରୁ ସମସ୍ତଙ୍କ ଜୀବନ ଯାଇଛି । ଘଟଣାର ଜଣେ ଆହତ ହୋଇଛନ୍ତି।
ଯବାନଙ୍କ ଏକ ଗାଡି କାରୁ ଗାରିସନରୁ କ୍ୟାରି ସହରକୁ ଯାଉଥିଲା । ଏହି ସମୟରେ ଭାରସମ୍ୟ ହରାଇ ଗାଡିଟି ଖାଇକୁ ଖସିପଡିଥିଲା। ଘଟଣାସ୍ଥଳରେ ଏବେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।