Below header

କାର୍ଯ୍ଯରେ ଯୋଗ ଦେବେ କି ନାହିଁ ବିଜେଡି ଲିଗାଲ ଫ୍ରଣ୍ଟର ଓକିଲ? ହାଇକୋର୍ଟ ପରିସର ଉପରେ ଆଜି ପୁଣି ନଜର

କଟକ(କେନ୍ଯୁଜ୍) : ହାଇକୋର୍ଟ ପରିସର ଉପରେ ଆଜି ପୁଣି ନଜର । ଗତକାଲି କାର୍ଯ୍ଯରେ ଯୋଗ ଦେବାକୁ ବିଜେଡି ଲିଗାଲ ଫ୍ରଣ୍ଟର ଆଇନଜୀବୀ ଯିବା ବେଳେ ସେମାନଙ୍କୁ ବାଧା ଦେଇଥିଲେ କାର୍ଯ୍ଯ ବନ୍ଦ ଆନ୍ଦୋଳନକୁ ସମର୍ଥନ କରୁଥିବା, ହାଇକୋର୍ଟ ବାର ଆସୋସିଏସନ ଗୋଷ୍ଠୀର ଓକିଲ । ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ବିଜେଡି ଲିଗାଲ ଫ୍ରଣ୍ଟର ଉପଦେଷ୍ଟା ଅସିମ ଅମିତାଭ ଦାସ୍‌ ଆକ୍ରମଣର ଶିକାର ହୋଇଥିଲେ । ଜଣେ ବିଜେଡି ଲିଗାଲ ସେଲ ସମର୍ଥକଙ୍କୁ ବିପକ୍ଷ ଗୋଷ୍ଠୀ ଅଟକ ରଖିଥିଲେ । ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

adସେପଟେ ଘଟଣାକୁ ନେଇ ଥାନାରେ ୪ଟି ମାମଲା ରୁଜୁ ହୋଇଛି। ଆଇନ ଅନୁସାରେ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ପୋଲିସ କମିଶନର କହିଛନ୍ତି । କଟକରେ ଆଡଭୋକେଟ୍‌ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର‌୍ୟ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଗତ ଶନିବାର ବିଜେଡିି ଲିଗାଲ ଫ୍ରଣ୍ଟ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନରୁ ଓହରିଥିଲା ।  ଏହା ପରେ ଘଟଣା ଏବେ ନୂଆ ମୋଡ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.