ଆଜିଠାରୁ ଆରମ୍ଭ ହେବ ମଧ୍ୟ ପ୍ରଦେଶ ବିଶେଷଜ୍ଞ ଟିମ୍ର ସୁନ୍ଦରୀ ଅଭିଯାନ, କାବୁ ହେବା କ୍ଷଣି ଅଣାଯିବ ନନ୍ଦନକାନନ

ଅନୁଗୁଳ(କେନ୍ଯୁଜ୍) : ଆଜିଠାରୁ ଆରମ୍ଭ ହେବ ମଧ୍ୟ ପ୍ରଦେଶ ବିଶେଷଜ୍ଞ ଟିମ୍ର ସୁନ୍ଦରୀ ମିଶନ । ସାତକୋଶିଆରେ ସୁନ୍ଦରୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ଅଭୟାରଣ୍ୟର ଦୁଇ ଜଣ ବିଶେଷଜ୍ଞ ସାତକୋଶିଆ ଆସିଛନ୍ତି । ମଧ୍ୟ ପ୍ରଦେଶରୁ ଆଉ ଦୁଇ ଜଣ ବିଶେଷଜ୍ଞ ମଧ୍ୟ ଆସିବେ । ଆଜିଠାରୁ ଏହି ଟିମ୍ ସୁନ୍ଦରୀ ଅଭିଯାନ ଆରମ୍ଭ କରିବେ ।
ସାତକୋଶିଆ ଆସିଥିବା ଦୁଇ ଜଣ ବିଶେଷଜ୍ଞ ହେଉଛନ୍ତି ଅଖିଲେଶ ମିଶ୍ର ଓ ସଂଦୀପ ଅଗ୍ରଓ୍ଵାଲ । ଏମାନେ କିଛି ନୂଆ କୌଶଳ ଅବଲମ୍ବନ କରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ବାଘୁଣୀକୁ ଧରିବା ପାଇଁ ଗତକାଲି ଅଷ୍ଟମ ପର୍ଯ୍ଯାୟ ଅପରେସନ୍ ଚାଲିଥିଲା । ଗତ ୮ ଦିନ ଧରି ଫେଲ ମାରିଛି ସୁନ୍ଦରୀ ମିଶନ । ଗତକାଲି ସୁନ୍ଦରୀ ଆସନବାହାଲ ଗାଁ ଠାରୁ ତିନି କିଲୋମିଟର ଦୂରରେ ଥିଲା । ସେପଟେ ମନ୍ତ୍ରୀ କହିଛନ୍ତି ସୁନ୍ଦରୀ ଯନ୍ତାରେ ପଡିବା କ୍ଷଣି ତାକୁ ନନ୍ଦନକାନନ ଅଣାଯିବ।