ପୁଣି ଚକଡ଼ା ପୋକ ଚଡ଼କ, ଆୟତ୍ତ ନହେବାରୁ ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ବଲାଙ୍ଗୀର(କେନ୍ଯୁଜ୍) : ପୁଣି ଚକଡ଼ା ପୋକ ଚଡ଼କ । କୀଟନାଶକରେ ପୋକ ଆୟତ୍ତ ନହେବାରୁ ଧାନ କ୍ଷେତରେ ନିଆଁ ଲଗାଇ ଦେଉଛନ୍ତି ଚାଷୀ । ବଲାଙ୍ଗୀର ଜିଲ୍ଲା ସାହାଜବାହାଲ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏବର୍ଷ ଭଲ ଅମଳ ହେବା ଆଶା ରଖିଥିଲେ ଚାଷୀ। ହେଲେ ଚକଡା ପୋକ ଲାଗି କ୍ଷେତ ନଷ୍ଟ ହୋଇ ଯିବାରୁ ଚାଷୀ ହତାଶ ହୋଇ ନିଆଁ ଲଗାଇ ଦେଇଛନ୍ତି । ଜିଲ୍ଲା କୃଷି ବିଭାଗ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

farmerଫସଲରେ ନିଆଁ ନଲଗାଇବାକୁ ଚାଷୀଙ୍କୁ ପରାମର୍ଶ ଦେବା ସହ କିଭଳି କୀଟନାଶକ ପ୍ରୟୋଗ କରିବାକୁ ହେବା ସେ ସମ୍ପର୍କରେ ଅବଗତ କରିଛନ୍ତି । ଏଥିସହ ଫସଲରେ ନିଆଁ ଲଗାଇଲେ କ୍ଷତିପୂରଣ ଦେବାରେ ସମସ୍ୟା ହେବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଏକର ଏକର ଧାନଜମିରେ ଲାଗିଯାଇଛି ରୋଗପୋକ

cropସେହିପରି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଲୁଣିନାଠି ଓ ସୁମନ୍ତପୁର ଗାଁର ଚାଷୀଙ୍କ ଏକର ଏକର ଧାନଜମିରେ ରୋଗପୋକ ଲାଗି ଯାଇଛି । ଫଳରେ କେଣ୍ଡା ବାହାରିବା ସମୟରେ ଧାନ ଗଛ ମରିଗଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ । କୀଟନାଶକ ସିଞ୍ଚନ କଲେ ମଧ୍ୟ ଫାଇଦା ମିଳୁନଥିବା ଚାଷୀମାନେ କହିଛନ୍ତି । ରୋଗପୋକ ଲାଗିବାରୁ ଧାନଗଛ ପତ୍ର ଶୁଖିଯାଉଛି । ଧାନକେଣ୍ଡାକୁ ମଧ୍ୟ ପୋକ ଖାଇଯାଉଛନ୍ତି । ତେବେ ଏ ସଂକ୍ରାନ୍ତରେ କିଛି କହିବାକୁ ମନା କରିଦେଇଛନ୍ତି କୃଷି ବିଭାଗ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.