ମା’ ହେଲେ ସାନିଆ ମିର୍ଜା, ପୁଅର ନାଁ ଇଜାନ୍ ମିର୍ଜା ମଲିକ

ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରୀକେଟର ସୋଏବ ମଲିକ ଏକ ଲମ୍ବା ସମୟ ଧରି ଯେଉଁଥି ପାଇଁ ଅପେକ୍ଷା ଥିଲେ, ତାହା ଏବେ ପୂରଣ ହୋଇଛି । ଆଜି ସକାଳେ ସାନିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ସାନିଆ ନିଜେ ସୋସିଆଲ ମିଡିଆରେ ଯେତେବେଳେ ସେୟାର କଲେ ସେତେବେଳେ ସେ #babymirzamalik ହାସଟ୍ଯାଗ୍ ବ୍ଯବହାର କରିଥିଲେ । ଅନ୍ଯପଟେ ଯେତେବେଳେ ସାନିଆଙ୍କ ଭଉଣୀ ଅନମ ମିର୍ଜା ଏହି ଖବରକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ, ସେତେବେଳେ ଭାରତ ଏବଂ ପାକିସ୍ତାନର ବହୁତ ଲୋକେ #babymirzamalik ଙ୍କ ସ୍ବାଗତ କରିବା ସହ ବହୁତ ସାରା ଆଶୀର୍ବାଦ ମଧ୍ଯ ଦେଉଛନ୍ତି । ପୁଅର ନାଁ ରଖା ଯାଇଛି ଇଜାନ୍ ମିର୍ଜା ମଲିକ । ଏସମ୍ପର୍କରେ ପିତା ସୋଏବ ମଲିକ ଟ୍ବିଟ୍ କରିଛନ୍ତି ।