ପୋଖରୀ ଭିତରୁ ଟ୍ରେନ୍ ବ୍ୟାଟେରୀ ଜବତ, ଛୋଟ ଛୋଟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ନଥିବାର ସୁଯୋଗ ନେଉଛନ୍ତି ଦୁର୍ବୃତ୍ତ

ପୁରୀ(କେନ୍ଯୁଜ୍) : ପୋଖରୀ ଭିତରୁ ବାହାରିଲା ଟ୍ରେନ୍ ବ୍ୟାଟେରୀ । ପୁରୀ ଜିଲ୍ଲା ଦୁର୍ଗାଦଶପୁର ପଂଚାୟତ ବଧି ଗାଁର ଏକ ପୋଖରୀରୁ ୩ଟି ଅଖାରେ ବନ୍ଧା ଯାଇଥିବା ବ୍ୟାଟେରୀ ଜବତ ହୋଇଛି । ଏହା ସହ ଏକ ବଡ଼ ବ୍ୟାଟେରୀ ଜବତ କରାଯାଇଛି । ଖୋର୍ଦ୍ଧାରୋଡ଼ରେ ଚାଲୁଥିବା ସାପ୍ତାହିକ ଟ୍ରେନ୍ ଗୁଡ଼ିକରୁ ବ୍ୟାଟେରୀ ଚୋରୀ ହେଉଛି । ଟ୍ରେନ୍ ଗୁଡ଼ିକ ଛୋଟ ଛୋଟ ଷ୍ଟେସନରେ ରହିବାବେଳେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ବ୍ୟାଟେରୀ ଚୋରୀ କରି ନେଉଛନ୍ତି ।
ପୁରୀ ଜିଲ୍ଲାର ବିଭିନ୍ନ ବଜାରରେ ଏହି ଚୋରୀ ବ୍ୟାଟେରୀ ବିକ୍ରି କରାଯାଉଛି । ଏହା ଜାଣିବା ପରେ ରେଳବାଇ ପୋଲିସ ଜଣଙ୍କୁ ଗିରଫ କରିଥିଲା । ଜେରାବେଳେ ତାଠାରୁ ସୂଚନା ପାଇ ବଧି ଗାଁରୁ ବ୍ୟାଟେରୀ ଜବତ କରିଥିଲା ପୋଲିସ । ଅଗ୍ନିଶମ ବିଭାଗ କର୍ମଚାରୀ ଏଥିରେ ସହୟତା କରିଥିଲେ । ଏ ନେଇ ଅଧିକ ତନାଘନା କରୁଛନ୍ତି ରେଲେଓ୍ଵ ପୋଲିସ ଏବଂ ରେଳ ବିଭାଗର କ୍ରାଇମବ୍ରାଞ୍ଚ ।