Below header

କେରଳରେ ବନ୍ୟା ବିଭୀଷିକା ପରେ ଏବେ ର‍୍ୟାଟ୍ ଫିଭର୍ ଭୟ : ଗଲାଣି ୧୨ ଜଣଙ୍କର ଜୀବନ

କେରଳ (କେନ୍ୟୁଜ୍) : ବନ୍ୟା ବିଭୀଷିକା ପରେ କେରଳରେ ଏବେ ର‍୍ୟାଟ୍ ଫିଭର୍ ଭୟ । ପ୍ରଭାବିତ ଜିଲ୍ଲାରେ ବ୍ୟାପୁଛି ଲେପ୍ଟୋସ୍ପିରୋସିସ୍ ରୋଗ । ଯାହାକୁ ର‍୍ୟାଟ୍ ଫିଭର୍ ବୋଲି କୁହାଯାଉଛି । ଅଗଷ୍ଟ ୧ ତାରିଖରୁ ବର୍ତ୍ତମାନ ସୁଦ୍ଧା କେରଳରେ ର‍୍ୟାଟ୍ ଫିଭର ନେଲାଣି ୧୨ ଜଣଙ୍କର ଜୀବନ । ଅନେକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଗଷ୍ଟ ମାସରୁ ଏପର୍ୟ୍ୟନ୍ତ ୩୭୨ ଜଣଙ୍କର ନମୁନାରୁ ଲେପ୍ଟୋସ୍ପିରୋସିସ୍ ପଜିଟିଭ୍ ବାହାରିଛି । ଗତ ୫ ଦିନରେ ଚିହ୍ନଟ ହୋଇଛନ୍ତି ୧୫୦ ରୋଗୀ । ମୁକାବିଲା ପାଇଁ କେରଳ ସରକାର ବହୁ ପଦକ୍ଷେପ ନେଉଛନ୍ତି ।

ସମସ୍ତ ହସ୍ପିଟାଲରେ ଉପଲବ୍ଧ ହେଉଛି ଜରୁରିକାଳୀନ ସୁବିଧା । ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ଲେପ୍ଟୋସ୍ପିରୋସିସ୍ ବା ର‍୍ୟାଟ୍ ଫିଭର୍ ଏକ ବ୍ୟାକ୍ଟେରିଆ ଜନିତ ରୋଗ । ଶରୀରର କ୍ଷତ ଚିହ୍ନ ଦେଇ ଏହି ବ୍ୟାକ୍ଟେରିଆ ମଣିଷର ଶରୀରରେ ପ୍ରବେଶ କରିଥାଏ । ଏହାଦ୍ୱାରା ମୁଣ୍ଡ ବ୍ୟଥା, ମାଂଶପେଶୀରେ ଯନ୍ତ୍ରଣା, ଜଣ୍ଡିସ, ଡାଏରିଆ ହୋଇଥାଏ । ଯଦି ତୁରନ୍ତ ଚିକିତ୍ସା କରା ନଯାଏ ତେବେ ଏହା କିଡ୍ନୀ, ଲିଭର୍ ଅକାମୀ ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ରୋଗୀର ମୃତ୍ୟୁ ହେବରେ ମଧ୍ୟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.