ଆଜିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ସରଗରମ ରହିବ ଗୃହ। ଆଜି ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ, ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି ଓ ରାଜ୍ୟର ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ । ତେଣୁ ଆଜି ପରିବର୍ତ୍ତେ ୫ ତାରିଖରେ ଆଗତ ହେବ ଅତିରିକ୍ତ ବଜେଟ୍ । ଚଳିତ ଅଧିବେଶନରେ ବିଧାନ ପରିଷଦ ଗଠନ ସଂକଳ୍ପ ଆଗତ ହେବ ।

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍, ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି ବିଲ୍- ୨୦୧୮, ଓଡ଼ିଶା କୋ-ଅପରେଟିଭ୍ ବିଲ୍-୨୦୧୮ ଆଦି ୪ଟି ବିଲ ଗୃହୀତ ହେବ । ୨୦ ତାରିଖ ପର୍ୟ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିରେ ରହିଛି ୧୧ଟି କାଯ୍ୟର୍ଦିବସ । ସେ ଭିତରୁ ୯ଟି ସରକାରୀ ଓ ୨ଟି ବେସରକାରୀ କାଯ୍ୟର୍ଦିବସ । ୧୦ରୁ ୧୨ ତାରିଖ ତିନି ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ସେପ୍ଟେମ୍ବର ୧୭ରେ ବ୍ୟୟ ମଂଜୁରୀ ବିଲ୍ ଉପସ୍ଥାପନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.