Below header

ଆଜି ଅନୁଷ୍ଠିତ ହେବ ନିର୍ବାଚନ, କିଏ ହେବେ ପାକିସ୍ତାନର ନୂଆ ରାଷ୍ଟ୍ରପତି ?

କିଏ ହେବେ ପାକିସ୍ତାନର ନୂଆ ରାଷ୍ଟ୍ରପତି ? ଆଜି ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମୈଦାନରେ ଅଛନ୍ତି ତିନି ଜଣ ପ୍ରାର୍ଥୀ । ପାକିସ୍ତାନ ତେହରିକ୍-ଏ-ଇନ୍ସାଫର ଅରିଫ୍ ଅଲ୍ଭି, ପାକିସ୍ତାନ ପିପୁଲ୍ସ ପାର୍ଟିର ଚୌଧୁରୀ ଏତଜାଜ୍ ଅହସାନ୍ ଓ ଜାମାତ-ଏ-ଉଲେମା ପ୍ରାର୍ଥୀ ମୌଲାନା ଫଜଲ୍ ଉର୍ ରେହମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ଚର୍ଚ୍ଚା ହେଉଛି, ପିଟିଆଇ ପ୍ରାର୍ଥୀ ଆରିଫ୍ ଅଲ୍ଲୀଙ୍କ ବିଜୟ ସମ୍ଭାବନା ଅଧିକ । କାରଣ ବିରୋଧୀ ମିଳିତ ପ୍ରାର୍ଥୀ ଦେବାରେ ବିଫଳ ହୋଇଛନ୍ତି । ଯାହାର ଫାଇଦା ମିଳିପାରେ ପିଟିଆଇକୁ । ଆସନ୍ତା ୮ ତାରିଖରେ ଶେଷ ହେଉଛି ବର୍ତ୍ତମାନର ରାଷ୍ଟ୍ରପତି ମମନୁନ୍ ହୁସେନଙ୍କ କାର୍ୟ୍ୟକାଳ । ତା ପୂର୍ବରୁ ନୂଆ ରାଷ୍ଟ୍ରପତି ଚୟନ ନେଇ ନିର୍ବାଚନ ଅନୁଷ୍ଠିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.