ଗଜପତି: ପୁଣି ଶବକୁ ଅସମ୍ମାନ, ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବାରୁ ବାଇକରେ ବୁହା ହେଲା ମୃତ ଦେହ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।  ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବାରୁ ବାଇକରେ ବୁହା ହେଲା ମୃତ ଦେହ। ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।  ମହାପ୍ରୟାଣ ନମିଳିବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ମେଡିକାଲରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ନୂଆଁଗଡ଼ ଗ୍ରାମର ଉପସ୍ଥିତ ବେବର୍ତ୍ତା ବୟସ (୬୫) ଆଜି ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ ନୂଆଁଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ତେବେ ସେଠାରେ ତାଙ୍କର ଶାରୀରିକ ଅବସ୍ଥା ଜଟିଳ ଥିବା ହେତୁ ଡାକ୍ତର ତାଙ୍କୁ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ପରାମର୍ଶ ଦେଇଥିଲେ । ତେବେ ଖଜୁରୀପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ମୃତ ବ୍ୟକ୍ତିଙ୍କୁ ନିଜ ଗ୍ରାମକୁ ନେବାଲାଗି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଯୋଗାଇ ଦେବାଲାଗି ନିବେଦନ କରିଥିଲେ।  ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ /ମହାପ୍ରୟାଣ ନଥିବା କହି ମନା କରିଦେବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଥିଲା।  ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଦୁଖଃ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି କାର୍ଯ୍ୟକୁ ଦେଖି ଦୃଢ଼ ନିନ୍ଦା କରିଥିଲେ ।

Leave A Reply

Your email address will not be published.