Below header

ଡି-ବ୍ରଦର୍ସଙ୍କ ଘର ନୁହେଁ ତ ଗନ ଡିପୋ, ପୁଣି ଆଜି ସର୍ଚ୍ଚିଂ ବେଳେ ସଲିଂ ଓ କପବୋର୍ଡରୁ ମିଳିଲା ଟଙ୍କା ଓ ବନ୍ଧୁକ

କେନ୍ୟୁଜ୍(ବ୍ୟୁରୋ):  ଘର ପାଲଟିଥିଲା ଅସ୍ତ୍ରାଗାର। ଛାତରେ, କାନ୍ଥରେ ଲୁଚା ହୋଇ ରହିଥିଲା ବନ୍ଧୁକ ଓ ଗୁଳି। ବେଡରୁମ ଛାତର ସିଲିଂରେ ରହୁଥିଲା ବିଡ଼ାବିଡ଼ା ଟଙ୍କା। କଟକର ଗ୍ୟାଙ୍ଗଷ୍ଟର ଡି. ବ୍ରଦର୍ସଙ୍କ ସିଡିଏ ସେକ୍ଟର ୬ ଘରୁ ପୋଲିସ ଜବତ କରିଛି ୩ଟି ବନ୍ଧୁକ, ୫ଟି ମାଗାଜିନ ଓ ୧୭୫ ରାଉଣ୍ଡ 9MM ଗୁଳି। ଜବତ ହୋଇଛି ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା। ତିନିଦିନିଆ ରିମାଣ୍ଡରେ ଆଣି ଧଳସାମନ୍ତ ଭାଇଙ୍କୁ ଜେରା କରିବା ପରେ ସୁଶୀଲ ମାନିଥିଲା କେଉଁଠି, କେମିତି ଲୁଚାଇ ରଖାଯାଇଛି ବନ୍ଧୁକ ଓ ଟଙ୍କା। କଟକ କମିସନରେଟ ପୋଲିସର ସ୍ପେଶାଲ ଟିମ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ଘରର ଛାତ ସିଲିଂ ଓ ବେଡରୁମରୁ ଜବତ କରିଛନ୍ତି । ସିକ୍ରେଟ କମ୍ପାଟମେଣ୍ଟ ଏଭଳି ନିର୍ମାଣ ହୋଇଥିଲା ଯାହା ସହଜରେ ଖୋଜା ଯାଇପାରିବ ନାହିଁ।

 ଜେଲରେ ଥିଲେ ମଧ୍ୟ ବାହାରେ ଚାଲିଥିଲା ଡି.ବ୍ରଦର୍ସଙ୍କ ଦାଦାବଟି ଆଦାୟ । ବନ୍ଧୁକ ବେପାର ସହ ବାଲିଘାଟ, ମଦଦୋକାନ ଓ ଦାଦାବଟିରୁ ମିଳୁଥିଲା ମୋଟା ଅଙ୍କର ଟଙ୍କା। ଜବତ ଟଙ୍କା ବିମୁଦ୍ରାକରଣ ପରର ହୋଇଥିବାରୁ ଜେଲ ଭିତରୁ ଡି.ବ୍ରଦର୍ସଙ୍କ ନେଟୱର୍କ ଚାଲିଥିବା ଅନୁମାନ କରାଯାଉଛି। ବନ୍ଧୁକ ଓ ଟଙ୍କା ଜବତ ନେଇ ନୂଆ ମାମଲା ରୁଜୁ କରାଯିବ। ଆର୍ଥିକ କାରବାର ବି ତଦନ୍ତ ପରିସରକୁ ଆସିବ। ପଚରାଉଚରା ନେଇ ଆବଶ୍ୟକ ପଡ଼ିଲେ ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଆବେଦନ ହେବ ବୋଲି କହିଛନ୍ତି କଟକ ଡିସିପି ।

ଡିସେମ୍ବର ୧୦ ତାରିଖରେ ଚୌଦ୍ୱାର ବିରୁପା ବ୍ରିଜ ଉପରେ ବନ୍ଧୁକ ଡିଲ୍‌ ଚାଲିିଥିବା ବେଳେ ଗିରଫ ହୋଇଥିଲା ପ୍ରଶାନ୍ତ ବେହେରା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ପରି ଆସିଥିଲା ଧଳସାମନ୍ତ ବ୍ରଦର୍ସ ଲିଙ୍କ। ଡିବ୍ରଦର୍ସଙ୍କ ସିଡିଏସ୍ଥିତ ଘରେ ରେଡ ବେଳେ ବାହାରି ଥିଲା ସିକ୍ରେଟ ଚାମ୍ବରରୁ ଜବତ ହୋଇଥିଲା ୮ଟି ବନ୍ଧୁକ, ୧୬ ମାଗାଜିନ, ୧୦୫୫ ରାଉଣ୍ଡ ଗୁଳି। ଏହାପରେ ଧଳସାମନ୍ତ ଭାଇଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.